ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ କରୋନା ହେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ବିଭିନ୍ନ ସ୍ଥାନରେ ଦୀପ ଦାନ କରାଯାଇଛି । ନୟାଗଡ଼ ସହର ଦୁଇ ନଂ ୱାର୍ଡ଼ ଏବଂ ଯୁବରାଜ ଯୁବ ସଂସଦ ପକ୍ଷରୁ ସ୍ଥାନୀୟ ହନୁମାନ ନଗରଠାରେ ଦୀପ ଦାନ କରାଯାଇଛି ।





