ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ କରୋନା ହେବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ବିଭିନ୍ନ ସ୍ଥାନରେ ଦୀପ ଦାନ କରାଯାଇଛି । ଏହି ଅବସରରେ ଦୁର୍ଗାପ୍ରସାଦ ଗ୍ରାମର ଜୟଦୁର୍ଗା ବ୍ଲକ ପକ୍ଷରୁ ମନ୍ତ୍ରୀଙ୍କ ଆରୋଗ୍ୟ କାମନା କରାଯାଇ ଦୀପ ଦାନ କରାଯାଇଥିବା ବେଳେ କ୍ଲବ ସଭାପତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ଜଣାଯାଇଛି ।






