ନୟାଗଡ଼, (ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଜିଠାରୁ ନୟାଗଡ଼ ଆହାର କେନ୍ଦ୍ରରେ ମହିଳାମାନେ ଆହାର ପରଶୁଥିବା ଦେଖା ଯାଇଛି । ନୟାଗଡ଼ ଜିଲ୍ଲାରେ ରୋଟାରୀ କ୍ଲବ ଦ୍ୱାରା ଆହାର ପରିଚାଳନା କରାଯାଉଥିବା ବେଳେ ଆଜିଠାରୁ ପରଶିବା ଏବଂ ଅନ୍ୟାନ କାର୍ଯ୍ୟ ପାଇଁ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏଥିରେ ସାମିଲ କରାଯାଇଥିବା ବରିଷ୍ଠ ରୋଟାରିଆନ୍ ପ୍ରମୋଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ନୟାଗଡ଼ ଆହାର କେନ୍ଦ୍ରରେ ମା ମଙ୍ଗଳ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆହାର ଯୋଜନାରେ ସାମିଲ ହୋଇଥିବା ଜଣାଯାଇଛି ।






