ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ସଂକ୍ରମିତ ଚିହ୍ନଟ ପରେ ତାଙ୍କର ଆଶୁ ଆରାଗ୍ୟ ତଥା ସୁସ୍ଥତା କାମନା କରି ସ୍ଥାନୀୟ ଦେବୋତ୍ତର କଲୋନୀସ୍ଥ ନାରାୟଣୀ ମନ୍ଦିରରେ ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ସମୂହ ଦୀପଦାନ କରାଯାଇଅଛି । ଉକ୍ତ ଦୀପଦାନ ଉତ୍ସବରେ ସାମାଜିକ ଦୂରଦା ରକ୍ଷାକରି ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରମୋଦ ପଟ୍ଟନାୟକ, ଏଲଡରସ୍ଭିଜନ ଆଣ୍ଡ ଆକ୍ସନ୍ ଗ୍ରୁପ୍ର ସଭାପତି କୁବେର ସାହୁ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ସାହୁ, କୋଷାଧ୍ୟକ୍ଷ ପଞ୍ଚାନନ ମହାନ୍ତି, ସାଂସ୍କୃତିକ ସମ୍ପାଦକ ନିରଞ୍ଜନ ନାୟକ, ଉପସଭାପତି ଡ. ଗଣେଶ୍ୱର ମିଶ୍ର, ଅଭିମନ୍ୟୁ ପରିଡା, କୃପାସିନ୍ଧୁ ପଣ୍ଡା, ଲକ୍ଷ୍ମଣ ମଲ୍ଲ, ବାଲୁଙ୍କି ସାହୁ, କୈଳାସଚନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲଚନ୍ଦ୍ର ତ୍ରିପାଠୀ, ଦିବାକର ନିଶଙ୍କ, ଲୋକନାଥ ପ୍ରଧାନ, ସୌଦାମିନୀ ସ୍ୱାଇଁ ଓ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ମାଳତୀ ଗୁରୁ ପ୍ରମୁଖ ଯୋଗଦାନ କରିଥିଲେ ।






