ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ ଆଜି ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ୧୦ନଂ ୱାର୍ଡ଼କୁ ତହସିଲଦାର୍ କଣ୍ଟେନ୍ମେଭଣ୍ଟ ଘୋଷଣା କରିଥିବା ଜଣାଯାଇଛି । ଏଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ୧୦ନଂ ୱାର୍ଡ଼କୁ ତହସିଲ୍ଦାର ବିଜେୟିତା ସାମନ୍ତସିଂହାର କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଏଥି ସହିତ ଏହି ଅଂଚଳକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।






