ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଆଜି ରାଜ୍ୟରେ ନୂଆ ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୧୧ ରେ ପଂହଚିଛି । ସେଥିମଧ୍ୟରେ ୨୨୧୪ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୪୧୭ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୪୧, ବାଲେଶ୍ୱର ୧୧୪, ବରଗଡ଼ ୨୩୮, ଭଦ୍ରକ ୧୮୬, ବଲାଙ୍ଗିର ୩୯, ବୈାଦ୍ଦ ୨୭, କଟକ ୩୭୦, ଦେବଗଡ଼ ୧୧, ଢେଙ୍କାନାଳ ୫୬, ଗଜପତି ୯, ଗଂଜାମ ୧୦୭, ଜଗତସିଂହପୁର ୭୯, ଯାଜପୁର ୧୨୭, ଝାରସୁଗୁଡ଼ା ୮୦, କଳାହାଣ୍ଡି ୨୭, କନ୍ଧମାଳ ୪୪, କେନ୍ଦ୍ରାପଡ଼ା ୮୫, କେନ୍ଦୁଝର ୮୦, ଖୋର୍ଦ୍ଧା ୭୨୨, କୋରାପୁଟ ୯୩, ମାଲକାନଗିରି ୫୫, ମୟୁରଭଂଜ ୩୬୫, ନବରଂଗପୁର ୪୬, ନୟାଗଡ଼ ୧୦୦, ନୂଆପଡ଼ା ୪୯, ପୁରୀ ୧୫୭, ରାୟଗଡ଼ା ୧୧୧, ସମ୍ବଲପୁର ୬୮, ସୋନପୁର ୫୦, ସୁନ୍ଦରଗଡ଼ ୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୭୬୩ ଟି ମାମଲା ସକ୍ରିୟ ରହିଥିବା ୮୪୦୭୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






