ନୟାଗଡ଼, (ବାଘୁଆବାର୍ତ୍ତା): ଇନ୍ଷ୍ପାୟାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୟାଗଡ଼ ଚଳିତ ଥର ସଦ୍ୟ ପ୍ରକାଶିତ +୨ ବିଜ୍ଞାନରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି ଶିକ୍ଷାର୍ଥୀ ମାନେ । ଏ ସଫଳତା ପାଇଁ ଶିକ୍ଷାର୍ଥୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଷ୍ଠାନର ନିର୍ଦ୍ଦେଶିକା ପୁଜାର୍ଚ୍ଚନା ପ୍ରଧାନ, ଶିକ୍ଷାବିତ୍ ସଞ୍ଜୟ କୁମାର ପ୍ରଧାନ, ଶିକ୍ଷା ପ୍ରେମୀ ବିଜୟ କୁମାର ପ୍ରଧାନ, ଅଧ୍ୟକ୍ଷ ପ୍ରକାଶ କୁମାର ଦଳାଇ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ । ସର୍ବାଧିକ ୫୩୦ ନମ୍ବର ରଖି ସ୍ମୃତିସ୍ମିତା ମହାରଣା ପ୍ରଥମ ହୋଇଛନ୍ତି । ୨ୟ ସୁଚିତ୍ରା ବରାଳ ୫୧୮, ୩ୟ ଶ୍ରେହାଂସୁ ସାହୁ ୫୦୪ । ୧୫୬ ପରିକ୍ଷାର୍ଥୀଙ୍କ ମଧ୍ୟରୁ ୧୪୮ ଫାଷ୍ଟ ଡିଭିଜନ, ୮ଟି ସେକେଣ୍ଡ ଡିଭିଜନରେ ଉତିର୍ଣ୍ଣ ହୋଇଛନ୍ତି । ଏ ସଫଳତା ପାଇଁ ପରିବେଶବିତ୍ ମାନଓ ରଞ୍ଜନ ବଳବନ୍ତରା ଶୁଭେଚ୍ଛା ଜଣାଇବା ସହ ଏ ସଫଳତାର ଧାରା ବଜାୟ ରହୁ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।





