ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରସ୍ଥିତିକୁ ଗତକାଲି ବିଜେପି କୃଷକମୋର୍ଚ୍ଚା ସଭାପତି ଶ୍ରୀନିବାସ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଅନୁଧ୍ୟାନ କରିଥିବା ବେଳେ ଆଜି ବିଭିନ୍ନ ଅବ୍ୟବସ୍ଥାକୁ ସୁଧାରିବା ନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସମସ୍ତ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ଖାଇବା ଓ ଔଷଧ ପ୍ରଦାନ କରିବା । ଫସଲ ଉଜୁଡ଼ିଥିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା, ଚାଷୀଙ୍କ କୃଷି ଋଣ ଛାଡ଼ କରିବା, ଘର ଭାଙ୍ଗିଥିବା ଲୋକଙ୍କୁ ଆବାସ ଯୋଜନା ଅନ୍ତୁଭୁକ୍ତ କରିବା, ମାଳବନ୍ଧ ନିର୍ମାଣ କରିବା ଆଦି ସଂମ୍ପର୍କରେ ଦାବି ଉପସ୍ଥାପନ କରାଯାଇଛି । ଯୁବନେତା ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ଦାବି ଉପସ୍ଥାପନା କରାଯାଇଛି ।






