ନୟାଗଡ଼, (ବାଘୁଆବାର୍ତ୍ତା) : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦ୍ୱାରା ଆଜି ରାଜ୍ୟରେ ୩୨୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାରୁ ୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ୩୦୫୩ ଆକ୍ରାନ୍ତ ସହ ଆଜିର ଆକ୍ରାନ୍ତକୁ ମିଶାଇ ମୋଟ ସଂଖ୍ୟା ୩୧୧୫ ବୋଲି ଜଣାଯାଇଛି । ଏହି ୬୨ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪୨ ଜଣ ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ୨୦ ଜଣ ଆକ୍ରାନ୍ତ ସହରାଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ଜଣେ, ଦଶପଲ୍ଲା ବ୍ଲକରୁ ୭ ଜଣ, ଦଶପଲ୍ଲା ଏନ୍ଏସିରୁ ୧୧ ଜଣ, ଗଣିଆ ବ୍ଲକରୁ ୩ ଜଣ, ଖଣ୍ଡପଡ଼ା ବ୍ଲକରୁ ୪ ଜଣ, ଏନ୍ଏସିରୁ ଜଣେ, ନୟାଗଡ଼ ବ୍ଲକରୁ ୬ ଜଣ, ପୈାରାଞ୍ଚଳରୁ ୪ ଜଣ, ଓଡ଼ଗାଁ ବ୍ଲକରୁ ୭ ଜଣ, ଏନ୍ଏସିରୁ ୩ ଜଣ, ରଣପୁର ବ୍ଲକରୁ ୮ ଜଣ, ଏନ୍ଏସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷେ, ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଯେଉଁ ପରିମାଣରେ ବୃଦ୍ଧି ପାଉଛି, ସେହି ତୁଳନାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ୨ ତାରିଖ ସୁଦ୍ଧା ନୟାଗଡ଼ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩୧୦ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୩ ବୋଲି ଜଣାଯାଇଥିବା ବେଳେ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ଦୁଇ ଜଣ ମୃତ୍ୟୁ ବରଣ କରିଥିବା ଜଣାଯାଇଛି ।






