ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରୋହିବାଙ୍କ ପଂଚାୟତ ପାଚେରୀ ଉପରେ କିଛି ବ୍ୟକ୍ତି ଗୃହ ନିର୍ମାଣ କରୁଥିବା ଦେଖା ଯାଇଛି । ସରକାରୀ କାର୍ଯ୍ୟାଳୟକୁ ଜବରଦଖଲ କରିବା ଉଦ୍ଦେଶ୍ୟରେ ଏଭଳି କରାଯାଉଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ପଂଚାୟତ କର୍ମଚାରୀ କାହିଁକି ନୀରବ ଦ୍ରଷ୍ଟା ସାଜିଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜଣେ ବ୍ୟବସାୟୀ ଏଭଳି ଜବରଦଖଲ କରୁଥିବା ଅଭିଯୋଗ ହୋଇଛି ।






