ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ତିନଟି ବ୍ଲକରେ ସପ୍ତାହେ ହେବ ବନ୍ୟାସ୍ଥିତି ଲାଗି ରହିଛି । ଗଣିଆ, ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ବନ୍ୟାଜଳ ଏବେ ହ୍ରାସ ପାଉଥିବା ବେଳେ ଏଠାରେ ବନ୍ୟା ପରେ ରୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଅଂଚଳ ଗୁଡ଼ିକରେ ବନ୍ୟାଜଳ ଛାଡ଼ିବାରେ କିଛି ରୋଗ ସଂକ୍ରମଣର ଆଶଙ୍କା ନେଇ ଜିଲ୍ଲାପାଳ ଡ. ପୋମା ଟୁଡୁ ଭିସି ମାଧ୍ୟରେ ତିନିଟି ବ୍ଲକର ସ୍ଥାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅଂଚଳ ଗୁଡ଼ିକରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯଥେଷ୍ଟ ଯôତବାନ ରହିବାକୁ ପରାମର୍ଶ ଦିଆଯାଇଛି । ଝାଡ଼ା, ଜ୍ୱର ଏବଂ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।






