ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଆଜି ରାଜ୍ୟରେ ନୂଆ ୩୦୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହା ରେକର୍ଡ଼ ସଂଖ୍ୟକ ବୋଲି ଜଣାଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧ ରେ ପଂହଚିଛି । ସେଥିମଧ୍ୟରେ ୧୮୪୪ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୧୮୧ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୫୮, ବାଲେଶ୍ୱର ୪୦, ବରଗଡ଼ ୬୧, ଭଦ୍ରକ ୯୪, ବଲାଙ୍ଗିର ୨୪, ବୈାଦ୍ଦ ୯, କଟକ ୩୧୨, ଦେବଗଡ଼ ୧, ଢେଙ୍କାନାଳ ୧୩୨, ଗଂଜାମ ୨୦୭, ଗଜପତି ୨୯, ଜଗତସିଂହପୁର ୭୮, ଯାଜପୁର ୮୫, ଝାରସୁଗୁଡ଼ା ୫୯, କଳାହାଣ୍ଡି ୮୨, କନ୍ଧମାଳ ୨୨, କେନ୍ଦ୍ରାପଡ଼ା ୧୨୮, କେନ୍ଦୁଝର ୫୦, ଖୋର୍ଦ୍ଧା ୬୬୬, କୋରାପୁଟ ୧୩୯, ମାଲକାନଗିରି ୩୨, ମୟୁରଭଂଜ ୨୧୫, ନବରଂଗପୁର ୪୬, ନୟାଗଡ଼ ୬୭, ନୂଆପଡ଼ା ୭୯, ପୁରୀ ୧୩୬, ରାୟଗଡ଼ା ୧୩, ସମ୍ବଲପୁର ୮୩, ସୋନପୁର ୨୨, ସୁନ୍ଦରଗଡ଼ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୭୧୯ ଟି ମାମଲା ସକ୍ରିୟ ରହିଥିବା ୭୭୨୮୬ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






