ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାରି ଚାଲିଥିବା ବେଳେ ନୟାଗଡ଼ ବ୍ଲକ କାର୍ଯ୍ୟାଳୟର ୧୦ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ନୟାଗଡ଼ ତହସିଲଦାର ଭିକାରୀ ସାହୁ ବ୍ଲକ କାର୍ଯ୍ୟାଳୟକୁ ୩ ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ନିର୍ଦ୍ଦେଶ ଦେଇଥିବା ବେଳେ କାର୍ଯ୍ୟାଳୟ ବିଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।






