ଖଣ୍ଡପଡ଼ା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ସହର ୧୨ ନଂ ୱାର୍ଡ଼ ଅଧିନ ତ୍ରିନାଥ ଛକ ବାସିନ୍ଦା ବିଧବା ମହିଳା ସୁପ୍ରଭା ମିଶ୍ର(୬୮)ଙ୍କର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଅକାଳ ମୃତ୍ୟୁ ହୋଇଥିବା ଜଣାଯାଇଛି । ସୋମବାର ସକାଳ ୯ଟା ସମୟରେ ମହିଳା ଜଣଙ୍କ ସ୍ନାନ ସାରି ଘର ସମ୍ମୁଖରେ ଥିବା ଏକ ତାରରେ ଲୁଗା ଶୁଖାଉଥିବା ବେଳେ ଓଦା ଲୁଗାଟି ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଏଭଳି ଅଘଟଣ ଘଟିଥିବା ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡ଼ିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ହଠାତ୍ ପାଟି ଶୁଣି ଘଟଣାସ୍ଥଳକୁ ଆସିଥିବା ନାତି ମଧ୍ୟ ବିଦ୍ୟୁତ ଆଘାତରେ ଛିଟିକି ପଡିଥିବା ପ୍ରତ୍ୟେକ୍ଷ ଦର୍ଶୀଙ୍କଠାରୁ ପ୍ରକାଶ । ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଗଭିର ଶୋକ ପ୍ରକାଶପାଇଛି ।






