ଗଣିଆ, (ବାଘୁଆବାର୍ତ୍ତା) : ଗଣିଆ ଥାନା ପୁଲିସ ଆଜି ଜଣେ ଦେଶୀ ମଦ ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟଙ୍କଠାରୁ ମିଳିଥିବା ସୂଚନାନୁସାରେ, ଗଣିଆ ଥାନା ଅନ୍ତର୍ଗତ ତଅଁଳା ନୂଆଗାଁରେ ଜଣେ ଯୁବକ ଦେଶୀ ମଦ ବେପାର କରୁଥିବା ନେଇ ଖବର ମିଳିବା ପରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଉକ୍ତ ଗ୍ରାମର ଦାଶରଥି ନାୟକଙ୍କ ପୁଅ ରାକେଶ କୁମାର ନାୟକଙ୍କଠାରୁ ସାଢ଼େ ଚାରି ଲିଟର ଦେଶୀ ମଦ ଜବତ କରାଯାଇଥିଲା । ପଚରାଉଚରା କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।






