ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଆଜି ରାଜ୍ୟରେ ନୂଆ ୨୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହା ରେକର୍ଡ଼ ସଂଖ୍ୟକ ବୋଲି ଜଣାଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩ ହଜାର ୫୩୬ରେ ପଂହଚିଛି । ସେଥିମଧ୍ୟରେ ୧୫୬୧ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୦୪୧ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୪, ବାଲେଶ୍ୱର ୧୦୩, ବରଗଡ଼ ୮୨, ଭଦ୍ରକ ୪୭, ବଲାଙ୍ଗିର ୪୨, ବୈାଦ୍ଦ ୯, କଟକ ୨୩୬, ଦେବଗଡ଼ ୩, ଢେଙ୍କାନାଳ ୬୭, ଗଂଜାମ ୧୯୦, ଗଜପତି ୭, ଜଗତସିଂହପୁର ୮୨, ଯାଜପୁର ୧୦୩, ଝାରସୁଗୁଡ଼ା ୮୫, କଳାହାଣ୍ଡି ୬୩, କନ୍ଧମାଳ ୧୭, କେନ୍ଦ୍ରାପଡ଼ା ୧୨୮, କେନ୍ଦୁଝର ୮୬, ଖୋର୍ଦ୍ଧା ୬୧୬, କୋରାପୁଟ ୧୨୭, ମାଲକାନଗିରି ୮୦, ମୟୁରଭଂଜ ୭୨, ନବରଂଗପୁର ୧୮, ନୟାଗଡ଼ ୯୧, ନୂଆପଡ଼ା ୧୬, ପୁରୀ ୪୬, ରାୟଗଡ଼ା ୫୪, ସମ୍ବଲପୁର ୭୮, ସୋନପୁର ୨୧, ସୁନ୍ଦରଗଡ଼ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୭୫୮ ଟି ମାମଲା ସକ୍ରିୟ ରହିଥିବା ୭୩୨୩୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






