Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଜେଡି ଅଫିସରୁ କର୍ମୀଙ୍କୁ ଅପହରଣ କରିନେଲେ ବିଜେପି କର୍ମୀ, ଉଦ୍ଧାର କଲା ପୋଲିସ

by ସଞ୍ଜୟ ସ୍ୱାଇଁ
May 18, 2024
in Crime, State
ବିଜେଡି ଅଫିସରୁ କର୍ମୀଙ୍କୁ ଅପହରଣ କରିନେଲେ ବିଜେପି କର୍ମୀ, ଉଦ୍ଧାର କଲା ପୋଲିସ
138
VIEWS
Share on FacebookShare on Twitter

ବରଗଡ, (ବାଘୁଆବାର୍ତ୍ତା): ହାରିବା ଭୟରେ ହିଂସା ଆଚରଣ ଆରମ୍ଭ କରିଦେଇଛି ବିଜେପି । ବିଜେଡି ଅଫିସରୁ ବିଜେଡି କର୍ମୀଙ୍କୁ ଅପହରଣ କରିନେଲେ ବିଜେପି କର୍ମୀ । ଉଦ୍ଧାର କଲା ପୋଲିସ । ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ନେଗିମୁଣ୍ଡା ଗାଁରେ ଏପରି ଘଟଣା ଘଟିଛି । ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂଙ୍କ ସମର୍ଥକ ସାନନ୍ଦ ସାହୁଙ୍କୁ ବିଜେପି କର୍ମୀମାନେ ନେଗିମୁଣ୍ଡା ଗାଁରୁ ଅପହରଣ କରିନେଇଥିଲେ। ନେଗିମୁଣ୍ଡା ଗାଁରେ ଖୋଲିଥିବା ବିଜେଡି କାର‌୍ୟ୍ୟାଳୟକୁ ଗତ ରାତି ପ୍ରାୟ ୧୧ଟା ସମୟରେ ବିଜେପିର କିଛି କର୍ମୀ ଦୁଇଟି ଗାଡ଼ିରେ ଆସି ବନ୍ଧୁକ ଓ ଛୁରି ଦେଖାଇ ବିଜେଡି କର୍ମୀମାନଙ୍କୁ ଭୟଭୀତ କରାଇଥିଲେ। ସାନନ୍ଦ ସାହୁ ନାମକ ବିଜେଡି କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ବିଜେପି କର୍ମୀ ତାଙ୍କୁ ଅପହରଣ କରି ନେଇଥିଲେ ଓ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୋହେଲା ଥାନାରେ ବିଜେଡି କର୍ମୀଙ୍କ ଏତଲା ପରେ ପୋଲିସ ଅପହରଣକାରୀଙ୍କ ମୋବାଇଲ ଟ୍ରାକିଂ କରିଥିଲା । ସାନନ୍ଦ ସାହୁଙ୍କୁ ବିଜେପି କର୍ମୀମାନେ ନେଗିମୁଣ୍ଡା ଗାଁରୁ ଅପହରଣ କରି ଛତିଶଗଡ଼ ଦେଇ ପୁଣି ଅମ୍ବାଭୋନା ଅଞ୍ଚଳକୁ ଆଣିଥିବା ମୋବାଇଲ ଟ୍ରାକିଂରୁ ପୋଲିସ ଜାଣିପାରିଥିଲା। ଅପହରଣକାରୀଙ୍କୁ ଠାବ କରି ସାନନ୍ଦ ସାହୁଙ୍କୁ ଉଦ୍ଧାର କରିଥିଲା ପୋଲିସ । ସାନନ୍ଦ ସାହୁଙ୍କ ଦେହ ଓ ମୁହଁରେ ଆଘାତ ଲାଗିଛି। ପ୍ରାୟ ୬ ଜଣ ଅପହରଣକାରୀଙ୍କ ମଧ୍ୟରୁ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ସାନନ୍ଦ ସାହୁ ପୂର୍ବରୁ ବିଜେପିରେ ଥିଲେ। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିଲେ। ନେଗିମୁଣ୍ଡା ଗାଁରେ ସାନନ୍ଦଙ୍କ ଉଦ୍ୟମରେ ବିଜେଡି ଅଫିସ ଖୋଲାଯାଇ ଥିଲା । ବିଜେଡି କର୍ମୀଙ୍କୁ ଭୟଭୀତ କରିବାକୁ ବିଜେପି ହିଂସା ଘଟାଉଥିବା ଅଭିଯୋଗ ହୋଇଛି । ସମସ୍ତେ ଏହାକୁ ନିନ୍ଦା କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!