ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମର ହାଇସ୍କୁଲ ଶିକ୍ଷକ ତଥା କରୋନା ଯୋଦ୍ଧାଙ୍କ ମୃତ୍ୟୁକୁ ନେଇ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆଜି କେତେକ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । କରୋନା ଯୋଦ୍ଧାଙ୍କ ଛାତ୍ର ଗଣେଶ ବରାଡ଼ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ କାହ୍ନୁଚରଣ ବେହେରା, ପ୍ରଦ୍ୟୁନ୍ମ ସାହୁ, ମିଲୁ ପ୍ରଧାନ, ରଘୁନାଥ ମହାନ୍ତି, ସଂଗ୍ରାମୀ ବିଶ୍ୱାଳ, ହିମାଂଶୁ ବେହେରା ପ୍ରମୂଖ ଯୋଗ ଦେଇ କ୍ୟାଣ୍ଡେଲ ଜାଳିବା ସହ ନୀରବ ପାର୍ଥନା କରିଛନ୍ତି ।






