ଗଣିଆ, (ବାଘୁଆବାର୍ତ୍ତା) : ଗଣିଆ ବ୍ଲକର ୩ଟି ପଞ୍ଚାୟତ ପାଣି ଘେରରେ ଥିôବା ବେଳେ ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଗଣିଆ ମଣ୍ଡଳର ପୂର୍ବତନ ସଭାପତି ଚନ୍ଦ୍ର ଶେଖର ଦାଶଙ୍କ ସମେତ ପ୍ରାୟ ୬ ଜଣ ପ୍ରତିନିଧି ଦଳ ରାସଙ୍ଗ, କାଦୁଆ, ପତୁରିଆ, ବେଲପଡ଼ା, ପାଟରା ପଞ୍ଚାୟତ, ରାଉତପଡା, ୱାଲିପୁର ଅଞ୍ଚଳ ପରିଦର୍ଶନ କରି ଜନସାଧାରଣଙ୍କ ସହିତ ଆଲୋଚନା କରିଛନ୍ତି । ଚାଷୀ ମାନଙ୍କର ଅନେକ କ୍ଷୟକ୍ଷତି ହୋଇଥିବାରୁ ବିଭାଗୀୟ ଅଧିକାରୀଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବାକୁ ଚାଷୀମାନେ ଦାବୀ କରିଥିଲେ । ବଢ଼ିପାଣି ଯୋଗୁଁ ଗଣିଆରେ ହଜାର ହଜାର ହେକ୍ଟର ଚାଷ ଜମି ବୁଡ଼ି ରହିଥିବାରୁ ସମସ୍ତଙ୍କୁ ସହାୟତା ପ୍ରଦାନ କରାଯିବା ପାଇଁ ସେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ପ୍ରକାଶ କରିଛନ୍ତି ।
ରିର୍ପୋଟ- ଲକ୍ଷ୍ମୀଧର ସ୍ୱାଇଁ






