
ନୟାଗଡ଼, (ବାଘୁଆବାର୍ତ୍ତା) : ଭାପୁର ବ୍ଲକର ପାଣିଘେରରେ ରହିଥିବା ମଣିପୁର, ମାଣିତ୍ରୀ ଏବଂ କରବର ଅଂଚଳରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ପ୍ରମୂଖ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ସମୀକ୍ଷା କରିଛନ୍ତି । ଗ୍ରାମବାସୀମାନେ ପାଣି ଘେରରେ ରହିଥିବାରୁ କିଭଳି ଅସୁବିଧା ନହେବ ସେ ନେଇ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜରୁରୀ କାଳିନ ସ୍ଥିତି ସଂମ୍ପର୍କରେ କିଭଳି ପଦକ୍ଷେପ ନିଆଯିବ ସେ ନେଇ ସମୀକ୍ଷା କରିବା ସହ ପାଣି ବଢ଼ିବାର ସମ୍ଭାବନା ଥିବାରୁ ସଜାଗ ରହିବାକୁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।






