ଦ୍ୱାଦଶରେ କ୍ଷାତି ପ୍ରଥମ, ଜୁଜୁନ ଦ୍ୱିତୀୟ, ଦଶମରେ ଶିବାଶିସ୍ ପ୍ରଥମ, ବିଜୟଲକ୍ଷ୍ମୀ ଦ୍ୱିତୀୟ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଚଳିତ ବର୍ଷ ସି.ବି.ଏସ୍.ଇ. ପରୀକ୍ଷାରେ ନୟାଗଡ଼ ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଛନ୍ତି । ଦଶମ ଶ୍ରେଣୀରେ ଶିବାଶିସ୍ ପାଢ଼ୀ ୫୦୦ ରୁ ୪୯୦ (୯୮.୦%) ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ବିଜୟ ଲକ୍ଷ୍ମୀ ଦାଶ ୪୮୯ (୯୭.୮%) ମାର୍କ ରଖି ଦ୍ୱିତୀୟ ସ୍ଥାନ ଏବଂ ଅବିନାଶ କହଁର ୪୮୩ (୯୬.୬%) ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥି ସହିତ ଓଡିଆ ଭାଷାରେ ୮ ଜଣ, ଗଣିତରେ ୫ ଜଣ ଏବଂ ବିଜ୍ଞାନରେ ଜଣେ ଛାତ୍ର ୧୦୦ ମାର୍କ ରଖିଛନ୍ତି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ କ୍ଷାତି ଅଗ୍ରୱାଲ ୫୦୦ ରୁ ୪୭୬ ମାର୍କ (୯୫.୨୦%) ରଖି ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି । ଜୁଜୁନ୍ ସାହୁ ୪୭୫ (୯୫.୦୦%) ମାର୍କ ରଖି ଦ୍ୱିତୀୟ ସ୍ଥାନ ଏବଂ ଦେବାଶିଷ ସାହୁ, ଦିପ୍ତୀ ରଞ୍ଜନ ନାୟକ, ଶୁଭମ୍ ମହାରଣା ଓ ରାଜେଶ୍ କୁମାର ସେଠୀ ଚାରି ଜଣ ଛାତ୍ର ୪୬୯ (୯୩.୮୦%) ମାର୍କ ରଖି ତୃତୀୟ ସ୍ଥାନରେ ଉତୀର୍ଣ୍ଣ ହୋଇଛନ୍ତି । ଏଥି ସହିତ ରସାୟନ ବିଜ୍ଞାନରେ ଦୁଇଜଣ ଛାତ୍ର ୧୦୦ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ଉଭୟ ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ଶତ ପ୍ରତିଶତ ପିଲା ଉତୀର୍ଣ୍ଣ ହୋଇଛନ୍ତି । ଛାତ୍ର ଛାତ୍ରୀଙ୍କ ସଫଳତାରେ ଶତ ପ୍ରତିଶତ ପିଲା ଉତୀର୍ଣ୍ଣ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟତ୍ରୀ ବିଦ୍ୟାଳୟର କର୍ମଚାରୀ ଗଣ ଏବଂ ଅଭିଭାବକ ଗଣ ଖୁସି ବ୍ୟକ୍ତ କରିଛନ୍ତି ।





