ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ବିସ୍ତାରି ଚାଲିଥିବା ବେଳେ ନୂଆଗାଁ ବ୍ଲକ ବିଡିଓ ପ୍ରମୋଦ ଦଳବେହେରା କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଫଳରେ ତାଙ୍କୁ ଚିକିତ୍ସା ନିମନ୍ତେ ଖଣ୍ଡପଡ଼ା କୋଭିଡ୍ କେୟାୟ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିବା ବେଳେ ସେଠାରେ ତାଙ୍କ ସ୍ୱାସ୍ଥ୍ୟରେ ଅବନତୀ ଦେଖା ଦେବାରୁ ସମ୍ ହସ୍ପିଟାଲ୍ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏବଂ ସେ ସୁସ୍ଥ ଅନୁଭବ କରୁଥିବା ବିଡିଓ ଶ୍ରୀ ଦଳବେହେରା ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ଏହାକୁ ନେଇ ନୂଆଗାଁ ବ୍ଲକ କାର୍ଯ୍ୟାଳୟକୁ ଆଜି ସକାଳ ୧୦ଟାରୁ ୧ ତାରିଖ ସଂନ୍ଧ୍ୟା ପର୍ଯ୍ୟନ୍ତ ସଟ୍ଡାଉନ୍ କରାଯାଇଥିବା ତହସିଲଦାର୍ ଶରତ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ କୋଭିଡ୍ ନିୟମନୁସାରେ, ବ୍ଲକ କାର୍ଯ୍ୟାଳୟକୁ ବିଶୋଧନ କରାଯିବ ବୋଲି ଜଣାଯାଇଛି ।






