Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରକୀୟା ପ୍ରୀତି ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା କରିଥିଲେ ସ୍ୱାମୀ ଓ ଭାଉଜ

by ସଞ୍ଜୟ ସ୍ୱାଇଁ
May 13, 2024
in Crime, State
ପରକୀୟା ପ୍ରୀତି ପାଇଁ ଗର୍ଭବତୀ ମହିଳାଙ୍କୁ ହତ୍ୟା କରିଥିଲେ ସ୍ୱାମୀ ଓ ଭାଉଜ
90
VIEWS
Share on FacebookShare on Twitter

ମୟୂରଭଞ୍ଜ, (ବାଘୁଆବାର୍ତ୍ତା): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତାଳପଦା ଗ୍ରାମରେ ୭ ମାସର ଗର୍ଭବତୀ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଉପରୁ ଉଠିଛି ପରଦା। ସ୍ୱାମୀ ମାନସ କାର୍ଜି ସ୍ତ୍ରୀ ସିପିକୁ ହତ୍ୟା କରିଥିବା ସ୍ୱୀକାର କରିଛି। ସ୍ୱୀକାର ପରେ ପୋଲିସ ଘଟଣାର ପୁନରାବୃତ୍ତି କରାଇ ପରଖିଛି । ପରକୀୟା ପ୍ରୀତି କାରଣରୁ ହତ୍ୟାକାଣ୍ଡ ଘଟାଇ ଆତ୍ମହତ୍ୟାର ରୂପ ଦିଆଯାଇଥିଲା। ଜନୈକା ସମ୍ପର୍କୀୟ ଭାଉଜ ସହିତ ଅନୈତିକ ସମ୍ପର୍କ କାରଣରୁ ସମ୍ପୃକ୍ତା ମହିଳା, ମାନସ ସହ ମିଶି ସିପିକୁ ମାରିବା ପରେ ଆତ୍ମହତ୍ୟା ରୂପ ଦେବାକୁ ଟାଙ୍ଗି ଦେଇଥିଲେ। ପରେ ପୁଣି ନିଜେ ଗୋଟିଏ ଅଟୋରେ ଠାକୁରମୁଣ୍ଡା ମେଡିକାଲ ଆଣିଥିଲେ। ଡାକ୍ତର ମୃତ ଘୋଷଣା କରିବା ପରେ ସେଠାରୁ ଶବ ଯାଇଥିଲା କରଞ୍ଜିଆ ବ୍ୟବଛେଦ ପାଇଁ। ଝିଅର ବାପାଙ୍କ ଏତଲାକ୍ରମେ ଏଣେ ଥାନାରେ ଅଟକ ରହିଥିଲା ସ୍ୱାମୀ। ପୋଲିସ ହାତରେ ସୁରାକ ଲାଗିବା ପରେ ଶନିବାର ପୋଲିସ ଘରକୁ ଯାଇ ତଦନ୍ତ କରିବା ସହ ସିନ ପୁନରାବୃତ୍ତି କରାଇଥିଲେ। ରବିବାର ପୋଲିସ ତଦନ୍ତର ସଫଳତାକୁ ନେଇ ସୂଚନା ଦେବ ବୋଲି କହିଥିଲା। ପୋଲିସ ଘଟଣାର ପୂର୍ଣ୍ଣ ବିବରଣୀ ପାଇବା ପରେ ଉକ୍ତ ଭାଉଜ ସନ୍ଧ୍ୟାରାଣୀ କାର୍ଜିକୁ ମଧ୍ୟ ଗିରଫ କରିଛି। ଉଭୟ ମିଶି ୮ ତାରିଖ ରାତିରେ ମାରିଥିଲେ ଗର୍ଭବତୀ ସିପିକୁ। ୯ ତାରିଖରେ ଆଣିଥିଲେ ମେଡିକାଲକୁ ଏବଂ ଖବର ଦେଇଥିଲେ ବାପ ଘରକୁ। ଠାକୁରମୁଣ୍ଡା ଥାନା କେଶ ନଂ ୪୫/୨୦୨୪ ଦଫା ୪୯୮ ଏ, ୩୦୪ (ବି), ୩୦୨, ୧୨୦ (ବି), ୩୪ ଆଇପିସି ଏବଂ ସେକ୍ସନ ୪ ଡିପି ଆକ୍ଟ ବଳରେ ଉଭୟ ଆସାମୀ ମାନସ ଏବଂ ସନ୍ଧ୍ୟାରାଣୀ କାର୍ଜିଙ୍କୁ ୧୨ ତାରିଖ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ଘଟଣାର ପର୍ଦ୍ଦାଫାଶ କରିଥିବା ଜଣା ପଡ଼ିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!