ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୩୬୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହା ରେକର୍ଡ଼ ସଂଖ୍ୟକ ବୋଲି ଜଣାଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮ରେ ପଂହଚିଛି । ସେଥିମଧ୍ୟରେ ୨୨୪୧ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୪୪୧ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୫୬, ବାଲେଶ୍ୱର ୮୭, ବରଗଡ଼ ୧୫୨, ଭଦ୍ରକ ୫୧, ବଲାଙ୍ଗିର ୬୮, ବୈାଦ୍ଦ ୧୪, କଟକ ୩୬୯, ଦେବଗଡ଼ ୧୨, ଢେଙ୍କାନାଳ ୬୧, ଗଂଜାମ ୧୭୪, ଗଜପତି ୪୮, ଜଗତସିଂହପୁର ୪୪, ଯାଜପୁର ୮୮, ଝାରସୁଗୁଡ଼ା ୪୩, କଳାହାଣ୍ଡି ୪୧, କନ୍ଧମାଳ ୩୬, କେନ୍ଦ୍ରାପଡ଼ା ୪୪, କେନ୍ଦୁଝର ୫୯, ଖୋର୍ଦ୍ଧା ୭୭୫, କୋରାପୁଟ ୧୪୦, ମାଲକାନଗିରି ୮୬, ମୟୁରଭଂଜ ୨୭୨, ନବରଂଗପୁର ୩୮, ନୟାଗଡ଼ ୧୦୯, ନୂଆପଡ଼ା ୨୩, ପୁରୀ ୧୧୫, ରାୟଗଡ଼ା ୪୯୫, ସମ୍ବଲପୁର ୧୨୮, ସୋନପୁର ୨୭, ସୁନ୍ଦରଗଡ଼ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୮୩୬ ଟି ମାମଲା ସକ୍ରିୟ ରହିଥିବା ୬୫୩୨୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






