Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଟୋରେ ନେଉଥିଲେ ବ୍ରାଉନ୍ ସୁଗାର, ମାଡ଼ି ବସିଲା ଅବକାରୀ କର୍ମଚାରୀ

by ସଞ୍ଜୟ ସ୍ୱାଇଁ
May 12, 2024
in Crime, State
ଅଟୋରେ ନେଉଥିଲେ ବ୍ରାଉନ୍ ସୁଗାର, ମାଡ଼ି ବସିଲା ଅବକାରୀ କର୍ମଚାରୀ
55
VIEWS
Share on FacebookShare on Twitter

ବାରିପଦା, (ବାଘୁଆବାର୍ତ୍ତା): ଅଟୋରେ ବ୍ରାଉନ ସୁଗର ନେଇ ଯାଉଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ବାରିପଦା ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି- ସମ୍ଭୁ ମୁଖୀ ଓ ମନୋଜ କୁମାର ଦାସ। ଉଭୟଙ୍କ ଘର ବାରିପଦାର ସୁନାଗଡ଼ିଆ ଅଞ୍ଚଳରେ। ସେମାନଙ୍କଠାରୁ ୧୭୦ ଗ୍ରାମ ବ୍ରାଉନ୍ ସୁଗର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସମ୍ଭୁ ଓ ମନୋଜ ବାଲେଶ୍ୱରରୁ ବ୍ରାଉନ୍ ସୁଗର ଆଣି ବାରିପଦାରେ ବିକ୍ରି କରୁଥିଲେ। ସେମାନେ ଦୀର୍ଘ ଦିନରୁ ଅବକାରୀ ବିଭାଗର ସ୍କାନରରେ ଥିଲେ। ଆଜି ସେମାନେ ବ୍ରାଉନ୍ ସୁଗର ନେଇ ଅଟୋରେ କୌଣସି ସ୍ଥାନକୁ ଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ। ଏହା ପରେ ଚଢ଼ାଉ କରି ଦେବେନ୍ଦୟପୁର ସୁଇମିଂପୁଲ ଛକରୁ ଉଭୟଙ୍କୁ ଧରିଥିଲେ ଅବକାରୀ ବିଭାଗର କର୍ମଚାରୀମାନେ। ବ୍ରାଉନ୍ ସୁଗର ସହିତ ସେମାନଙ୍କଠାରୁ ଦୁଇଟି ଅଟୋ ଜବତ କରାଯାଇଛି। ଏହି ଦୁଇ ଜଣଙ୍କ ବ୍ରାଉନ ସୁଗର ବେପାର ପଛରେ କୌଣସି ରାକେଟ କାମ କରୁଛି କି ନାହିଁ ତାହା ଜାଣିବା ପାଇଁ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ। ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!