Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହାତଗୋଡ଼ ବାନ୍ଧି ଡାକ୍ତରଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ

by ସଞ୍ଜୟ ସ୍ୱାଇଁ
May 11, 2024
in Crime, NATIONAL NEWS
ହାତଗୋଡ଼ ବାନ୍ଧି ଡାକ୍ତରଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ
126
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ହାତଗୋଡ଼ ବନ୍ଧା ଅବସ୍ଥାରେ ଜଣେ ଡାକ୍ତରଙ୍କ ଗଳା କାଟି ହତ୍ୟା କରାଯାଇଛି। ଡାକ୍ତରଙ୍କ ବାସଭବନରୁ ପୁଲିସ୍‌ ତାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଲୁଟ୍‌ପାଟ ଘଟଣାରୁ ଏପରି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରୁଛି। ମୃତ ଡାକ୍ତରଜଣକ ହେଲେ ୬୩ ବର୍ଷୀୟ ଯୋଗେଶ ଚନ୍ଦ୍ର ପଲ । ସେ ସାଉଥ୍‌ ଦିଲ୍ଲୀରେ ରହୁଥିଲେ। ହଠାତ୍‌ ପୁଲିସ୍‌ ଏକ କଲ୍‌ ପାଇ ଡା. ପଲଙ୍କ ଘରେ ପହଞ୍ଚିଥିଲା। ଏହାପରେ ଯାହା ଦେଖିଲା ତାଜୁବ ହୋଇଗଲା। କାରଣ ରୋଷେଇ ଘରେ ଡାକ୍ତରଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃଦେହ ପଡ଼ିଥିଲା। ତାଙ୍କ ହାତଗୋଡ଼ ବନ୍ଧା ଯାଇଥିବା ବେଳେ ଗଳା କଟା ଯାଇଥିଲା। ପ୍ରାୟ ୩, ୪ ଲୁଟେରା ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶି ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘରର ଆସବାବପତ୍ର ଚାରି ଆଡ଼େ ବୀକ୍ଷିପ୍ତ ଭାବେ ପଡ଼ି ରହିଛି। ତେଣୁ ଲୁଟେରାମାନେ ଲୁଟ୍‌ ଉଦ୍ଦେଶ୍ୟରେ ପଶିଥିବା ବେଳେ ଡା. ପଲ ବିରୋଧ କରିବାରୁ ସେମାନେ ତାଙ୍କ ହତ୍ୟା କରିଥିବା ପୁଲିସ୍‌ ସୂଚନା ଦେଇଛି । ଡା. ପଲଙ୍କ ପତ୍ନୀ ଦିଲ୍ଲୀ ସରକାରୀ ହସ୍ପିଟାଲରେ ଡାକ୍ତର ଥିବାରୁ ସେ ଘଟଣା ବେଳେ ଘରେ ଉପସ୍ଥିତ ନ ଥିଲେ। ଉକ୍ତ ସମୟରେ ଡା. ପଲଙ୍କ ପୋଷା କୁକୁର ଘରେ ଥିଲେ। ମାତ୍ର ଲୁଟେରାମାନେ ସେମାନଙ୍କୁ ଏକ ରୁମ୍‌ରେ ଲକ୍‌ କରି ଏହି ବୀଭତ୍ସ କାଣ୍ଡ ଘଟାଇଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!