
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖାକୁ ସୋମବାର ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏନେଇ ବରିଷ୍ଠ ଅଧିକାରୀ ସୂଚନା ଦେଇଥିବା ବେଳେ କିଛି କର୍ମଚାରୀଙ୍କ ଲକ୍ଷଣ ରହିଥିବାରୁ ଆଜି ସେମାନଙ୍କର କରୋନା ପରୀକ୍ଷା ଚାଲିଥିବା ଏବଂ ବ୍ୟାଙ୍କକୁ ବିଶୋଧନ କରାଯିବା ନେଇ ବନ୍ଦ କରାଯାଇଥିବା କହିଛନ୍ତି । ଏହାକୁ ନେଇ ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ମଧ୍ୟରେ ଛନକା ପଶିଛି । ସହରର ଶହ ଶହ ବ୍ୟବସାୟୀ, ଚାକିରିଆ ବ୍ୟାଙ୍କକୁ ପ୍ରତ୍ୟେହ ଯିବା ଆସିବା କରୁଥିବା ବେଳେ ଏବେଇ ବ୍ୟାଙ୍କ ବନ୍ଦକୁ ନେଇ ସେମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପକ୍ଷେ, ଏଠାରୁ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବ୍ୟାଙ୍କକୁ ଗୁରୁବାର ଓ ଶୁକ୍ରବାର ସଟ୍ଡାଉନ୍ କରାଯାଇଥିବା ଏବଂ ଶନିବାର, ରବିବାର ସପ୍ତାହନ ସଟ୍ଡାଉନ୍ ପାଇଁ ବ୍ୟାଙ୍କ ବନ୍ଦ ରହିଥିବା ନେଇ ମତ ଦେଉଛନ୍ତି । ଏହା ପଛର ରହସ୍ୟ ଆଗାମୀ ଦିନରେ ଜଣାପଡ଼ିବ ବୋଲି ଆଶା କରାଯାଉଛି ।






