ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୩୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏହା ରେକର୍ଡ଼ ସଂଖ୍ୟକ ବୋଲି ଜଣାଯାଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯୮୬ ରେ ପଂହଚିଛି । ସେଥିମଧ୍ୟରେ ୨୧୨୮ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୨୫୬ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୧୩, ବାଲେଶ୍ୱର ୧୧୯, ବରଗଡ଼ ୧୫୭, ଭଦ୍ରକ ୮୨, ବଲାଙ୍ଗିର ୯୯, ବୈାଦ୍ଦ ୫, କଟକ ୪୯୨, ଦେବଗଡ଼ ୧୬, ଢେଙ୍କାନାଳ ୬୦, ଗଂଜାମ ୧୭୭, ଗଜପତି ୯, ଜଗତସିଂହପୁର ୪୩, ଯାଜପୁର ୧୭୬, ଝାରସୁଗୁଡ଼ା ୯୪, କଳାହାଣ୍ଡି ୨୭, କନ୍ଧମାଳ ୫୮, କେନ୍ଦ୍ରାପଡ଼ା ୭୬, କେନ୍ଦୁଝର ୬୩, ଖୋର୍ଦ୍ଧା ୫୮୭, କୋରାପୁଟ ୮୯, ମାଲକାନଗିରି ୪୪, ମୟୁରଭଂଜ ୧୭୭, ନବରଂଗପୁର ୩୧, ନୟାଗଡ଼ ୭୬, ନୂଆପଡ଼ା ୧୯, ପୁରୀ ୧୨୧, ରାୟଗଡ଼ା ୧୫୪, ସମ୍ବଲପୁର ୧୮୨, ସୋନପୁର ୩୭, ସୁନ୍ଦରଗଡ଼ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୬୭୨ ଟି ମାମଲା ସକ୍ରିୟ ରହିଥିବା ୬୨୮୧୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






