Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋଷଣୀ ବେଳେ ବରକୁ ଗୁଳି କଲା ସମ୍ପର୍କୀୟ ଭାଇ

by ସଞ୍ଜୟ ସ୍ୱାଇଁ
May 10, 2024
in Crime, NATIONAL NEWS
ରୋଷଣୀ ବେଳେ ବରକୁ ଗୁଳି କଲା ସମ୍ପର୍କୀୟ ଭାଇ
105
VIEWS
Share on FacebookShare on Twitter

ଉତ୍ତରପ୍ରଦେଶ, (ବାଘୁଆବାର୍ତ୍ତା): ବର ବେଶରେ ସଜ ହୋଇଥିଲେ ଯୁବକ । ବରଯାତ୍ରୀ ଧରି କନିଆ ଘର ଅଭିମୁଖେ ବାହାରିଥିଲେ। ବାଜାବାଣରେ ଫାଟି ପଡ଼ୁଥିଲା ରାସ୍ତାଘାଟ। ଏହି ସମୟରେ ଘଟିଗଲା ଅଘଟଣ। ହଠାତ୍‌ ବରଙ୍କ ସମ୍ପର୍କୀୟ ଭାଇ ପହଞ୍ଚି ତାଙ୍କ ଉପରକୁ ଚଳାଇଲେ ଗୁଳି। ଏହାପରେ ହସଖୁସିର ପରିବେଶରେ ହଠାତ୍‌ ନିରବତା ଛାଇଗଲା। ବର ବେଦୀରେ ପହଞ୍ଚିବା ପୂର୍ବରୁ ହସ୍ପିଟାଲରେ ପହଞ୍ଚିଗଲେ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାମପୁରରେ ଘଟିଛି। ରାମପୁର ଅଞ୍ଚଳର ହରଦୟାଲଙ୍କ ଝିଅଙ୍କ ବିବାହ ଉତ୍ତରାଖଣ୍ଡର ଓମ ପ୍ରକାଶଙ୍କ ପୁଅ କରଣଙ୍କ ସହ ସ୍ଥିର ହୋଇଥିଲା। ତେଣୁ କରଣ ବରଯାତ୍ରୀ ସହ ରୋଷଣି କରି କନିଆ ଘର ଅଭିମୁଖେ ବାହାରିଥିଲେ। ମାତ୍ର ହଠାତ ରାସ୍ତାରେ ଘଟିଗଲା ଅଘଟଣ। ବରଙ୍କ ଭାଇଙ୍କ କହିବାନୁଯାୟୀ, ତାଙ୍କ ପରିବାର ସହ ମାଉସୀଙ୍କ ପରିବାରର ସମ୍ପର୍କ ଭଲ ନ ଥିବାରୁ ବିବାହ ଉତ୍ସବକୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାଉସୀ ପୁଅ ପ୍ରତିଶୋଧ ନେବାକୁ ସୁଯୋଗ ଅପେକ୍ଷାରେ ଥିଲେ। ଆଉ ବରକୁ ଗୁଳି କରି ଫେରାର ହୋଇ ଯାଇଛି। ତୁରନ୍ତ କରଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେ ବିପଦମୁକ୍ତ ଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ତଲାସୀ ଆରମ୍ଭ କରିଛି। ଏହି ଘଟଣା ଶୁଣି କନିଆ ଘର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ କରଣଙ୍କ ସୁସ୍ଥ ହେବାକୁ ଅପେକ୍ଷା କରିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!