ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅଂଚଳ କରଡ଼ାପଡ଼ା ନୂଆଗାଁର ଜଣେ ବ୍ୟକ୍ତି ତାଙ୍କ ଘରେ ଦେଶୀ ମଦ କାରବାର ଚଳାଇଥିବା ଖବରପାଇ ଗଣିଆ ପୁଲିସ ଚଢ଼ାଉ କରିଥିଲା । ଗଣିଆ ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିବା ବେଳେ ନୂଆଗାଁର ଆରତ ନାୟକଙ୍କ ଘରୁ ୨୦ ଲିଟର ଦେଶୀ ମଦ ଜବତ କରାଯାଇଥିବା ଜଣାଯାଇଛି । ଏହି ଘଟଣାରେ ଗଣିଆ ପୁଲିସ ଏକ ମାମଲା ରୁଜୁ କରିବା ସହ ଆରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।






