Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁନ୍ ୭ରେ ହେବ ୨୦୬୪ ଶିକ୍ଷକ ପଦ ପାଇଁ ପରୀକ୍ଷା

by ସଞ୍ଜୟ ସ୍ୱାଇଁ
May 7, 2024
in Education, State
ଜୁନ୍ ୭ରେ ହେବ ୨୦୬୪ ଶିକ୍ଷକ ପଦ ପାଇଁ ପରୀକ୍ଷା
212
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ତରଫରୁ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ଜୁନ୍ ମାସ ୭ ତାରିଖରେ ୨୦୬୪ଟି ଶିକ୍ଷକ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ଅନୁଗୁଳ, ବାଲେଶବର, ବ୍ରହ୍ମପୁର, ଭୁବନେଶ୍ୱର, ବଲାଙ୍ଗିର, କଟକ, କେନ୍ଦ୍ରାପଡ଼ା, କେଉଁଝର, କୋରାପୁଟ ଓ ସମ୍ବଲପୁର ଜୋନରେ ପରୀକ୍ଷା ଆୟୋଜିତ ହେବ । ସକାଳ ୮-୧୦. ସକାଳ ୧୧.୩୦-୧.୩୦ ଓ ଅପରାହ୍ଣ ୩-୫ଟା ପର୍ଯ୍ୟନ୍ତ ୩ଟି ଶିଟିଂରେ ପରୀକ୍ଷା କରାଯିବ । ଜୁନ୍ ପହିଲା ଦ୍ୱିପ୍ରହର ୧ଟା ସମୟରେ ଆଡମିଟ୍ କାର୍ଡ ଜାରି କରାଯିବ । ସୂଚନାଯୋଗ୍ୟ ଯେ, ଏସଏସବି ତରଫରୁ ରାଜ୍ୟର ଅଣ-ସରକାରୀ ପୂର୍ଣ୍ଣ ସହାୟତାପ୍ରାପ୍ତ ହାଇସ୍କୁଲମାନଙ୍କରେ ପ୍ରାର୍ଥୀଙ୍କୁ ନିଯୁକତି ଦିଆଯିବ । ଗତ ଜାନୁଆରୀ ମାସ ୮ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୭ରେ ସମାପ୍ତ ହୋଇଥିଲା । ଟିଜିଟି (କଳା), ଟିଜିଟି (ପିସିଏମ), ଟିଜିଟି (ସିବିଜେଡ), ହିନ୍ଦି ଶିକ୍ଷକ, କ୍ଲାସିକାଲ ଶିକ୍ଷକ (ସଂସ୍କୃତ), ଉର୍ଦ୍ଦୁ ଶିକ୍ଷକ ଓ ପିଇଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଟିଜିଟି- କଳା ପାଇଁ ୯୧୨ଟି, ଟିଜିଟି-ପିସିଏମ ପାଇଁ ୨୦୨ଟି, ଟିଜିଟି-ବିସିଜେଡ ପାଇଁ ୧୮୭ଟି, ହିନ୍ଦି ଶିକ୍ଷକ ପାଇଁ ୧୯୪ଟି, ଶାସ୍ତ୍ରୀୟ ଶିକ୍ଷକ (ସଂସ୍କୃତ) ପାଇଁ ୩୧୭ଟି, ଊର୍ଦ୍ଦୁ ଶିକ୍ଷକ ପାଇଁ ୩ଟି ଓ ପିଇଟି ପାଇଁ ୨୪୯ଟି ପଦ ଖାଲି ରହିଥିଲା । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!