Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମସଲାରେ ମିଶୁଛି ଏସିଡ୍ ଓ କାଠଗୁଣ୍ଡ, ଗିରଫ ହେଲେ ଅପମିଶ୍ରଣକାରୀ

by ସଞ୍ଜୟ ସ୍ୱାଇଁ
May 7, 2024
in Crime, NATIONAL NEWS
ମସଲାରେ ମିଶୁଛି ଏସିଡ୍ ଓ କାଠଗୁଣ୍ଡ, ଗିରଫ ହେଲେ ଅପମିଶ୍ରଣକାରୀ
103
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ରୋଷେଇ ଘରେ ଗୃହିଣୀମାନେ ଯେଉଁ ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଅନ୍ୟାନ୍ୟ ମସଲା ବ୍ୟବହାର କରୁଛନ୍ତି ପ୍ରକୃତରେ ସେସବୁ ତାହା ହୋଇ ନଥାଇପାରେ। ଦିଲ୍ଲୀ ପୁଲିସ ୧୫ ଟନ୍‌ ଭଳି ବିପୁଳ ପରିମାଣର ବିଷାକ୍ତ ମସଲା ଜବତ କରିଛି। ଉତ୍ତରପୂର୍ବ ଦିଲ୍ଲୀର କରୱାଲ ନଗର ଅଞ୍ଚଳରେ ଥିବା ଦୁଇଟି କାରଖାନାରେ ଏହି ମସଲା ପ୍ରସ୍ତୁତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ କାରଖାନାର ମାଲିକ ରହିଛନ୍ତି। ଦିଲୀପ ସିଂହ , ସରଫରାଜ ଏବଂ ଖୁର୍ସିଦ ମଲିକ ଗିରଫ ହୋଇଛନ୍ତି। ଦିଲୀପ ଓ ସରଫରାଜ କାରଖାନାର ମାଲିକ ବୋଲି ଜଣାଯାଇଛି। ଅଭିଯୁକ୍ତମାନେ ଅପମିଶ୍ରିତ ମସଲାକୁ ସ୍ଥାନୀୟ ବଜାର ଏବଂ ଦିଲ୍ଲୀର ବିକ୍ରେତାମାନଙ୍କୁ ଅସଲି ମସଲା ମୂଲ୍ୟରେ ବିକ୍ରି କରୁଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ପୁଲିସ ‌ଘଟଣାସ୍ଥଳରୁ ନକଲି ମସଲା ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ପଚା ପତ୍ର, ଚାଉଳ, ନଷ୍ଟ ହୋଇଯାଇଥିବା ମିଲେଟ, କାଠ ଗୁଣ୍ଡ, ଲଙ୍କାି ଡେମ୍ଫ. ଏସିଡ୍‌ ଏବଂ ଖାଦ୍ୟ ଅନୁପଯୋଗୀ ତେଲ ଆଦିକୁ ଜବତ କରିଛି ବୋଲି କ୍ରାଇମ ବ୍ରାଞ୍ଚ ଡିସିପି ରାକେଶ ପୱେରିୟା କହିଛନ୍ତି। ବିଭିନ୍ନ ବ୍ରାଣ୍ଡ୍‌ର ନକଲି ମସଲା ପ୍ରସ୍ତୁତିରେ ଉତ୍ତରପୂର୍ବ ଦିଲ୍ଲୀର କେତେକ ନିର୍ମାତା ଏବଂ ବ୍ୟବସାୟୀ ଜଡ଼ିତ ଥିବା ସେ କହିଛନ୍ତି। ସୂଚନା ପାଇବା ପରେ ଗତ ୧ ତାରିଖରେ ଚଢ଼ଉ କରାଯାଇଥିଲା। ଚଢ଼ଉବେ୍ଳେ ଅଭିଯୁକ୍ତମାନେ ବିଷାକ୍ତ ସାମଗ୍ରୀ ବ୍ୟବହାର କରି ନକଲି ମସଲା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ପ୍ରଥମେ ଗୋଟିଏ କାରଖାନାରେ ଚଢ଼ଉ କରାଯାଇ ସିଂହ ଏବଂ ସରଫରାଜକୁ ଗିରଫ କରାଯାଇଥିଲା। ଅଧିକ ତଦନ୍ତ କରିବା ପରେ ଆଉ ଏକ ନକଲି ମସଲା ନିର୍ମାଣ ୟୁନିଟ କରୱାଲ ନଗରରେ ମିଳିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!