ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାରୀ ଚାଲିଥିବା ବେଳେ ଗ୍ରାମାଞ୍ଚଳରେ କରୋନା ଆକ୍ରାନ୍ତ ସବୁଠାରୁ ଅଧିକ ସମସ୍ୟା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ପଂଚାୟତ ଆଡ଼ିପଡ଼ା ଗ୍ରାମରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ନୂଆଗାଁ ତହସିଲଦାର୍ ଶରତ କୁମାର ମଲ୍ଲିକ ଆଡ଼ିପଡ଼ା ଗ୍ରାମର ୱାର୍ଡ଼ ନଂ ୬ ଏବଂ ୭କୁ କଣ୍ଟେନ୍ମେଣ୍ଟ ଘୋଷଣା କରିଛନ୍ତି । ଏହି ଗ୍ରାମରେ ସଟ୍ଡାଉନ୍ ନିୟମ କାର୍ଯ୍ୟକାରୀ କରିବାକୁ ତହସିଲ୍ଦାର ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସମୟ ମଧ୍ୟରେ ଗ୍ରାମର କୈାଣସି ଲୋକ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ସହିତ କୋଭିଡ୍ ନିୟମ ଅନୁସାରେ, ଗ୍ରାମକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।






