Wednesday, July 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଣ୍ଡପଡ଼ା ଅଂଚଳରେ ବଢ଼ିଲା ଚୋରୀ, ଶିଖରପୁରରେ ଆତଙ୍କ

by Anil Panda
August 25, 2020
in Nayagarh
ଖଣ୍ଡପଡ଼ା ଅଂଚଳରେ ବଢ଼ିଲା ଚୋରୀ, ଶିଖରପୁରରେ ଆତଙ୍କ
770
VIEWS
Share on FacebookShare on Twitter

୨ଦିନ ମଧ୍ୟରେ ୩ଟି ସ୍ଥାନରୁ ଟଙ୍କା ଓ ସାମଗ୍ରୀ ଲୁଟ

ଖଣ୍ଡପଡ଼ା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ଥାନା ଅଧିନ ଶିଖରପୁର ଗ୍ରାମ ଓ ଏହାର ଆଖପାଖ ଅଂଚଳରେ ଲୁଟେରାଙ୍କ ଦୈାରାତ୍ମ ଯୋଗୁଁ ଅଂଚଳବାସୀ ତ୍ରାହିତ୍ରାହି ଡ଼ାକୁଛନ୍ତି । ବିଳମ୍ବିତ ରାତିରେ ଲୁଟେରାମାନେ ସଂଘବଦ୍ଧ ଭାବେ ଘରେ ପ୍ରବେଶ କରି ଲୁଟପାଟ କରୁଥିବା ଅଭିଯୋଗ ହେଉଛି । ଶିଖରପୁର ବସଷ୍ଟାଣ୍ଡରେ ସ୍ଥାୟୀ ବାସଗୃହ ନିର୍ମାଣ କରି ରହୁଥିବା ସରିଫ୍ ମହମ୍ମଦଙ୍କ ବାରି ପଛ ପାଖ କବାଟ ଭାଙ୍ଗି ଲୁଟେରାମାନେ ଘରେ ପ୍ରବେଶ କରି ଗୃହକର୍ତ୍ତାଙ୍କୁ ଭୟଭୀତ କରିବା ସହ ନଗଦ ୪୦ ହଜାର ଟଙ୍କା, ଏକ ସୁନାଚେନ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିବା ନେଇ ଖଣ୍ଡପଡା ଥାନାରେ ଅଭିଯୋଗ ହୋଇଛି । ସେହିପରି ସ୍ଥାନୀୟ ଅଂଚଳର ସୁରେଶ ସାହୁଙ୍କ ଔଷଧ ଦୋକାନ କବାଟ ଭାଙ୍ଗି ୫୦ହଜାରରୁ ଉର୍ଦ୍ଧ ଟଙ୍କାର ଔଷଧ ଚୋରୀ ହୋଇଥିବା ବେଳେ ପ୍ରହଲ୍ଲାଦ ସାହୁଙ୍କ ତେଜରାତି ଦୋକାନରୁ ଲୁଟେରାମାନେ ନଗଦ ୨୦ହଜାରରୁ ଉର୍ଦ୍ଧ ଟଙ୍କା ସହ ମୂଲ୍ୟବାନ ସାମଗ୍ରୀ ସବୁ କିଛି ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରରେ ଖଣ୍ଡପଡ଼ା ଥାନାରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି । ପ୍ରକାଶଥାଉକି କିଛିଦିନର ବ୍ୟବଧାନ ପରେ ଶିଖରପୁର ଅଂଚଳରେ ଲୁଟେରାମାନେ ପୁଣି ସକ୍ରୀୟ ହୋଇ ଉଠିଥିବାରୁ ସ୍ଥାନୀୟ ଅଂଚଳରେ ପୋଲିସ ପକ୍ଷରୁ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ଅଂଚଳବାସୀ ଦାବି କରିଛନ୍ତି । ତେବେ ଚୋରୀ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଶିଖରପୁର ବାସିନ୍ଦା ଦାବି କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!