Saturday, November 7, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭିସୁଟ୍‌ରେ ଖୋଲିବ ମହାକାଶ ଗବେଷଣା ଶାଖା କେନ୍ଦ୍ର

by Anil Panda
August 25, 2020
in Feature News
ଭିସୁଟ୍‌ରେ ଖୋଲିବ ମହାକାଶ ଗବେଷଣା ଶାଖା କେନ୍ଦ୍ର
131
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା) : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ଶାଖା କେନ୍ଦ୍ର ଖୋଲିବା ପାଇଁ ଭିସୁଟ୍‌ ଓ ଇସ୍ରୋ ମଧ୍ୟରେ ଏକ ବୁଝାମାପତ୍ର ସ୍ୱାକ୍ଷରିତ ହୋଇଅଛି । ଇସ୍ରୋ ଅଧ୍ୟକ୍ଷ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ଡ. କେ.ଶିବାନ ବାଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟ ଓ ଭିସୁଟ୍‌ର କୁଳପତି ପ୍ରଫେସର ଅଟଳ ଚୌଧୁରୀ ବୁର୍ଲା ଠାରେ ଉପସ୍ଥିତ ରହି ‘ଜିଟ୍ସି୍‌ ମିଟ୍‌’ ଆପ ଜରିଆରେ ଏମଓୟୁ ସ୍ୱାକ୍ଷର କରିଥିଲେ । ଉଭୟ ପକ୍ଷ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିନାମା ଅନୁସାରେ ଏହି କେନ୍ଦ୍ର ସ୍ଥାପନ ପାଇଁ ଇସ୍ରୋ ସବୁ ପ୍ରକାର ବୈଷୟିକ ପରାମର୍ଶ ସହିତ ମହାକାଶ ଗବେଷା ସୁବିଧାଥିବା ଏକ ବିଜ୍ଞାନଗାର ବିକଶିତ କରିବା ପାଇଁ ସହାୟତା କରିବ । ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ଅତିଥି ତଥା ଇସ୍ରୋର ଅଧ୍ୟକ୍ଷ ଡ. କେ. ଶିବାନ କହିଲେ ଯେ, ମହାକାଶ ଗବେଷଣା କ୍ଷେତ୍ରରେ ଭିସୁଟ୍‌ ଛାତ୍ରଛାତ୍ରୀମାନଙ୍କ ଆଗ୍ରହ, ଗବେଷଣାରେ ରୁଚି ତଥା ସଫଳତା ଉଲ୍ଲେଖନୀୟ । ଇସ୍ରୋ ନିଜର ବୈଷୟିକ ଜ୍ଞାନ କୌଶଳ ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦେବା ଫଳରେ ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ଏହି ଜ୍ଞାନ କୌଶଳର ଉପଯୁକ୍ତ ବିନିଯୋଗରେ ଭବିଷ୍ୟତରେ ସଫଳତା ଅର୍ଜନ କରିପାରିବେ । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ କହିଲେ ଯେ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଯୁବ ବୈଜ୍ଞାନିକମାନେ ମାର୍ଗଦର୍ଶନ ପାଇବା ସହ ଗବେଷଣା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରିବ । ଦେଶର ଗ୍ରାମାଞ୍ଚଳ ଓ ଛୋଟ ସହରରେ ବହୁ ଯୁବ ପ୍ରତିଭା ରହିଛନ୍ତି । ସଠିକ୍‌ ସୁଯୋଗ ମିଳିଲେ ସେହି ଲୁMାୟିତ ପ୍ରତିଭାମାନେ ଲୋକଲୋଚନକୁ ଆସିପାରିବ । ଏହି ଅବସରରେ ଯୋଗଦେଇ ଇସ୍ରୋର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ.ପି.ଭି ଭେଙ୍କିଟାକି୍ରଷ୍ଣନ୍‌ ମହାକାଶ ଗବେଷା କ୍ଷେତ୍ରରେ ଭିସୁଟ୍‌ର ଛାତ୍ରଛାତ୍ରୀମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରସଂଶା କରି କହିଲେ ଯେ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗବେଷଣାମନସ୍କ ହେବା ପାଇଁ ଉତ୍ସାହ ଓ ଆଗ୍ରହ ସୃଷ୍ଟି ହେବା ଦରକାର । ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ଦିଗରେ ଆମକୁ ଦୃଷ୍ଟି ଦେବାକୁ ହେବ ଫଳରେ ଛାତ୍ରଛାତ୍ରୀମାନେ ଉଚ୍ଚତର ଗବେଷଣା କ୍ଷେତ୍ରରେ ମନୋନିବେଶ କରିବେ । ଏବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଭିସୁଟ୍‌ ସହ ମିଶି ଏହାର ଇ-ଲର୍ଣ୍ଣିଂ ସେଣ୍ଟରଠାରେ ଏକ ସମ୍ମିଳିତ ଗବେଷଣାକେନ୍ଦ୍ର ଖୋଲିବାକୁ ଯାଉଛି । ଏଠାରେ ମହାକାଶ ଗବେଷଣା ନେଇ ଉଭୟ ଅନୁଷ୍ଠାନ ମଧ୍ୟରେ ବିସ୍ତୃତ ଭାବେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେବ । ଭିସୁଟ୍‌ ଛାତ୍ରଛାତ୍ରୀଙ୍କର ଗବେଷଣାକୁ ନେଇ ଇସ୍ରୋ ତାହା ଉପରେ କାମ କରିବ ଏବଂ ଭବିଷ୍ୟତରେ ମହାକାଶ ଗବେଷଣା କ୍ଷେତ୍ରରେ ଭିସୁଟର ଅବଦାନକୁ ଅଧିକରୁ ଅଧିକ କରିବା ନେଇ ଉଦ୍ୟମ କରାଯିବ ବୋଲି ଭିସୁଟ୍‌ର କୁଳପତି ପ୍ର. ଅଟଳ ଚୌଧୁରୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, କୃତି୍ରମ ରକେଟ ଓ ଉପଗ୍ରହ ମଡେଲ ତିଆରି ପାଇଁ ଆବଶ୍ୟକୀୟ ଜ୍ଞାନ କୌଶଳ ଇସ୍ରୋ ଯୋଗାଇ ଦେବ । ଭିସୁଟ୍‌ରେ ବିକଶିତ ରକେଟର କାର୍ଯ୍ୟକାରୀତା ପରୀକ୍ଷ ପାଇଁ ଥୁମ୍ବା, ଶ୍ରୀହରିକୋଟା, ବାଲେଶ୍ୱର ଉତକ୍ଷେପଣ କେନ୍ଦ୍ରରେ ଉପଲବ୍ଧ ସୁବିଧା ସୁଯୋଗ ଗୁଡ଼ିକ ଯୋଗାଇ ଦିଆଯିବ । ଇସ୍ରୋରେ ଉପଲବ୍ଧ ହାଇ-ଟେକ ପରୀକ୍ଷର ସୀମିତ ସୁଯୋଗ ମଧ୍ୟ ଭିସୁଟକୁ ଯୋଗାଇ ଦିଆଯିବ । ଏହି ପ୍ରକଳ୍ପଗୁଡିକ ବିକଶିତ କରିବାରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେକଙ୍କୁ ଇସ୍ରୋ ନିଃଶୁକ୍ଳ କିମ୍ବା ରିହାତି ଫି’ରେ ଆବଶ୍ୟକ ପ୍ରଶିକ୍ଷ ଯୋଗାଇ ଦେବ । ଏହି ଏମଓୟୁ ସ୍ୱାକ୍ଷରିତ ହେଲା ପରେ ଭିସୁଟ୍‌ ଇସ୍ରୋଠାରୁ ମହାକାଶ ଗବେଷଣା ଓ ରକେଟ ତିଆରି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆହର କରିବାର ସୁଯୋଗ ପାଇପାରିବ । ରକେଟ ତିଆରି ପାଇଁ ଭିସୁଟ ଏହାର ସିଭିଲ୍‌, କେମିକାଲ, ମେକାନିକାଲ, ଇଲେକଫି୍ରକାଲ ଇଂଜିନିୟରିଂ ଆଦି ସମସ୍ତ ବିଭାଗୀୟ ବିଜ୍ଞାନାଗାରକୁ ମଧ୍ୟ ବିନିଯୋଗ କରିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!