Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଝିଅକୁ କରିଥିଲେ ବଳାତ୍କାର, ମିଳିଲା ଆଜୀବନ କାରାଦଣ୍ଡ

by ସଞ୍ଜୟ ସ୍ୱାଇଁ
May 2, 2024
in Crime, NATIONAL NEWS
ଝିଅକୁ କରିଥିଲେ ବଳାତ୍କାର, ମିଳିଲା ଆଜୀବନ କାରାଦଣ୍ଡ
98
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ବାପାମା’ ପିଲାଙ୍କ ସୁରକ୍ଷା କବଚ ପାଲଟି ଥାଆନ୍ତି। ସେମାନଙ୍କ ଉପରେ ପିଲାମାନେ ଆଖିବୁଜି ବିଶ୍ୱାସ କରିଥାନ୍ତି । ମାତ୍ର ଯେତେବେଳେ ରକ୍ଷକ ହିଁ ଭକ୍ଷକ ସାଜିବେ ସେତେବେଳେ କୁନି କୁନି ଶିଶୁ କୁଆଡ଼େ ଯିବେ। କାହା ପାଖରୁ ସ୍ନେହ, ଭଲ ପାଇବା ଓ ସୁରକ୍ଷା ଆଶା କରିବେ। ପତ୍ନୀଙ୍କ ମୃତ୍ୟୁ ପରେ ନିଜ ୧୧ ବର୍ଷୀୟା ଝିଅକୁ ହିଁ ପାଶବିକ ଅତ୍ୟାଚାରର ଶିକାର କରିଥିବା ଜଣେ ପିତାଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ଦିଲ୍ଲୀର ଏକ କୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି। ଅଦାଲତରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ବିଚାରପତି କହିଛନ୍ତି, ନିଜ ମା’କୁ ହରାଇ ପିଲାଟି ମାନସିକ ରୂପେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ଉକ୍ତ ସମୟରେ ସେ ନିଜ ପିତାଙ୍କ ନିକଟରୁ ସ୍ନେହ ଓ ଭଲ ପାଇବା ଆଶା କରିଥିବା ବେଳେ ପିତା କିନ୍ତୁ ପଶୁ ପାଲଟି ଯାଇଥିଲେ। ଆଉ ନିଜ ଝିଅ ଉପରେ ହିଁ ଲୋଲୁପ ଦୃଷ୍ଟି ପକାଇ ତାକୁ ଜୋରଜବରଦସ୍ତି ବଳାତ୍କାର କରିଥିଲେ। ଏହାଦ୍ୱାରା ବ୍ୟକ୍ତିଜଣକ ନିଜ ଝିଅର ବିଶ୍ୱାସ ସହ ଖେଳିଥିବା ବେଳେ ସାମାଜିକ ମୂଲ୍ୟବୋଧକୁ ହ୍ରାସ କରିଛନ୍ତି। ଏପରି ସାଂଘାତିକ ଝଟକା ପାଇ ପିଲାଟି ମାନସିକ ରୂପେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛି। ତେଣୁ ପୀଡ଼ିତାଙ୍କ ଥଇଥାନ ନିମନ୍ତେ ୧୨ ଲକ୍ଷ ଟଙ୍କା ଦେବାକୁ ବିଚାରପତି ରାୟ ଦେଇଛନ୍ତି। ଏଥିସହ ଏପରି କାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କୁ ଅବଶିଷ୍ଟ ଜୀବନ ଜେଲ୍‌ରେ କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!