ଗଣ୍ଡଗୋଳ ବିଜେପିର ଏକମାତ୍ର ପନ୍ଥା, ଜନତା ଯାହା ଆଶା କରୁଥିଲେ ତାହା କରି ଦେଖାଇଲେ
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତ ବଉଳି ସାହିରେ ଆଜି ୪ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଛି । ବନ୍ଧୁକ, କଟୁରୀ, ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ରରେ ୪ ଯୁବକଙ୍କୁ ଆକ୍ରମଣ କରାଯାଇଛି । ବଉଳି ସାହି ଗ୍ରାମର ପୃଥ୍ୱୀରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥ ଗାଁ ମନ୍ଦୀର ପାଖରେ ଛିଡ଼ା ହୋଇଥିବା ବେଳେ ହଠାତ୍ ବିଜେପି କର୍ମୀ ମାନେ ଆସି ଆକ୍ରମଣ କରିଥିଲେ । ପୃଥ୍ୱୀରାଜ ଦଳବେହେରାଙ୍କର ହାତଗୋଡ଼କୁ ହାଣି ଖଣ୍ଡବିଖଣ୍ଡିତ କରିଦେଇଛନ୍ତି ।
ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ସେହିପରି ଭାବେ ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥଙ୍କ ଦେହରେ ଅନେକ ଗୁଳି ବାଜିଥିବାରୁ ନୟାଗଡ଼ ମେଡିକାଲରେ ଚିକିତ୍ସା କରାଯାଇ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯିବାର ସମ୍ଭାବନା ରହିଛି । ବଉଳିସାହି ଗ୍ରାମର ବନମାଳି ନାୟକ, ସନ୍ତୋଷ ନାୟକ, ନାଲୁ ବେହେରା, ବିଜୟ ନାୟକ, କାଶିନାଥ ନାୟକ ଓ ଗଙ୍ଗାଧର ଜେନା ମିଳିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିବା ସୁଚନା ଦେଇଛନ୍ତି ଆହତ ମାନେ ।
ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି କର୍ମୀ ମାନେ ରକ୍ତମୁଖା ହୋଇ ଆକ୍ରମଣ କରୁଛନ୍ତି । ଯାହା ପୂର୍ବରୁ ସାଧାରଣ ଜନତା ଆଶା କରୁଥିଲେ ତାହା ଆଜି କରି ଦେଖାଇଲେ ବୋଲି ସାଧାରଣରେ ପ୍ରକାଶ ପାଇଛି । ଗଣ୍ଡଗୋଳ ବିଜେପିର ଏକମାତ୍ର ପନ୍ଥା ବୋଲି ଆହତ ମାନେ ପ୍ରକାଶ କରିଛନ୍ତି ।





