Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମା’ ପୁଅ ମିଶି କରୁଥିଲେ ବ୍ରାଉନସୁଗାର ବେପାର, ବାନ୍ଧିଲା ଅବକାରୀ ସ୍କ୍ୱାଡ

by ସଞ୍ଜୟ ସ୍ୱାଇଁ
April 30, 2024
in Crime, Nayagarh, State
ମା’ ପୁଅ ମିଶି କରୁଥିଲେ ବ୍ରାଉନସୁଗାର ବେପାର, ବାନ୍ଧିଲା ଅବକାରୀ ସ୍କ୍ୱାଡ
392
VIEWS
Share on FacebookShare on Twitter

ଦୁଇ ଶହ ଗ୍ରାମ ବ୍ରାଉନସୁଗାର ଜବତ, ଟାଟା ଏସି ଗାଡି, ସାତ ଗୋଟି ଫୋନ୍‌, ଏକ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଅବକାରୀ ସ୍କ୍ୱାଡକୁ ମିଳିଛି ବଡ଼ ସଫଳତା । ଦୁଇଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଏକ ଟାଟା ଏସି ଗାଡି, ୭ ଗୋଟି ମୋବାଇଲ ଫୋନ୍ ଓ ୧ ଲକ୍ଷ ୧୭ ହଜାର ୫୯୦ ଟଙ୍କା ଜବତ କରିଛି । ଏଥି ସହ ମା’ ପୁଅଙ୍କୁ ଗିରଫ କରି କୋର୍ଟ ଫରୁୱାଡ କରିଛି । ସୁଚନାନୁସାରେ ଆଜି ସକାଳ ୭ ଘଟିକା ସମୟରେ ନୟାଗଡ଼ ଅବକାରୀ ସ୍କ୍ୱାଡ ଟିମ୍ ରଣପୁର ଥାନା ଅନ୍ତର୍ଗତ ମୟୁରଝୁଲିଆ ଛକ ଠାରେ ପେଟ୍ରୋଲିଂ କରୁଥିବା ବେଳେ ମା’ ପୁଅଙ୍କ ଉପରେ ସନ୍ଦେହ ହୋଇଥିଲା । ସେମାନଙ୍କ ଗାଡି ଅଟକାଇ ଚେକିଂ କଲାବେଳେ ୨୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା । ମୟୁରଝୁଲିଆ ଗ୍ରାମ ତନ୍ତିସାହିର ଗୋକୁଳାନନ୍ଦ ପ୍ରଧାନଙ୍କ ପୁଅ ସଚିନ ପ୍ରଧାନ ଓ ଗୋକୁଳାନନ୍ଦଙ୍କ ପତ୍ନୀ ରିନା ପ୍ରଧାନଙ୍କୁ ଅବକାରୀ ସ୍କ୍ୱାଡ ଗିରଫ କରିଥିଲା । ତାଙ୍କ ଠାରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୨୦ ଲକ୍ଷ ଟଙ୍କା ହେବ । ଏଥି ସହିତ ଟାଟା ଏସି ଗାଡି ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ଏଥି ସହିତ ୭ ଗୋଟି ମୋବାଇଲ ଫୋନ ଯାହାର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କା ଏବଂ ମା’ ପୁଅଙ୍କ ଠାରୁ ୧ ଲକ୍ଷ ୧୭ ହଜାର ୫୯୦ ଟଙ୍କା ଜବତ କରିଛି ଅବକାରୀ ସ୍କ୍ୱାଡ । କେସ୍ ନଂ – ୩୨/୨୪-୨୫ ରେ ମାମଲା କରାଯାଇ ମା’ ପୁଅଙ୍କୁ କୋର୍ଟ ଫରୁୱାଡ କରାଯାଇଛି । ଆଜିର ଏହି ଚଢ଼ଉରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡର ସବ୍‌ଇନିସ୍‌ପେକ୍ଟର ଅର୍ପିତାରାଣି ସାହୁ, ଅବକାରୀ ଏଏସଆଇ ବିଦ୍ୟାଧର ପ୍ରଧାନ, ଅବକାରୀ କନେଷ୍ଟବଳ ଲକ୍ଷ୍ମୀଧର ବେହେରା, ବିକାଶ ଜେନା, ପ୍ରତ୍ୟୁଷ ରଞ୍ଜନ ଦେହୁରୀ, ନୀଳରୋହିତ ମଲ୍ଲିକ, ଭାରତୀ ବରାଡ଼, ରମ୍ଭା ରାଉତ ପ୍ରମୁଖ ସାମିଲ ହୋଇଥିଲେ । ଏଥି ସହିତ ଚାନ୍ଦପୁର ଥାନାର ଏଏସଆଇ ପ୍ରଭାସ ଶବର ଓ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!