ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସଦର ମହକୁମାରେ ଥିବା ପାନୀୟ ଜଳ ଯୋଗାଣ ଏବଂ ପରିମଣ (ଆର୍ଡବ୍ଲ୍ୟୁଏସ୍ଏସ୍) କାର୍ଯ୍ୟାଳୟକୁ ୪ ଦିନ ପାଇଁ ଜିଲ୍ଲାପାଳ ଡ. ପୋମା ଟୁଡୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏଠାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା କାରଣରୁ ସଂମ୍ପୂର୍ଣ୍ଣ କାର୍ଯ୍ୟାଳୟକୁ ବିଶୋଧନ କରିବା ପାଇଁ ଆଜି ସକାଳ ୧୦ ଘଟିକାଠାରୁ ୨୭ ତାରିଖ ସକାଳ ୧୦ ଘଟିକା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି ।






