Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୁଜରାଟରୁ ଧରା ପଡ଼ିଲା ୧୭୩ କେଜିର ନିଷିଦ୍ଧ ନିଶାଦ୍ରବ୍ୟ

by ସଞ୍ଜୟ ସ୍ୱାଇଁ
April 29, 2024
in Crime, NATIONAL NEWS
ଗୁଜରାଟରୁ ଧରା ପଡ଼ିଲା ୧୭୩ କେଜିର ନିଷିଦ୍ଧ ନିଶାଦ୍ରବ୍ୟ
19
VIEWS
Share on FacebookShare on Twitter

ଗୁଜରାଟ, (ବାଘୁଆବାର୍ତ୍ତା): ଗୁଜରାଟ ଏବେ ସତେ ଯେମତି ନିଷିଦ୍ଧ ନିଶାଦ୍ରବ୍ୟର ପେଣ୍ଠସ୍ଥଳି ପାଲଟି ଗଲାଣି। କ୍ରମାଗତ ଭାବେ ଏଠାରୁ ଜବତ ହେବାରେ ଲାଗିଛି ଦେଶରେ ବ୍ୟାନ ହୋଇଥିବା ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ। ଏହିକ୍ରମରେ ଭାରତୀୟ ତଟରକ୍ଷୀ ବାହିନୀ ଓ ଆତଙ୍କବାଦ ନିରୋଧ ସ୍କ୍ୱାଡର ମିଳିତ ଅପରେସନରେ ଆଜି ଗୁଜରାଟ ଉପକୂଳରୁ ଧରାପଡ଼ିଛି ୧୭୩ କେଜିର ନିଷିଦ୍ଧ ନିଶାଦ୍ରବ୍ୟ। ଗୋଟିଏ ମାଛ ଧରା ଡଙ୍ଗାରେ ଏତେ ପରିମାଣର ନିଶାଦ୍ରବ୍ୟ ଗୁଜରାଟକୁ ଆସିଥିଲେ। ସୁରକ୍ଷାକର୍ମୀମାନେ ବେଶ ଚମତ୍କାର ଡଙ୍ଗରେ ଡଙ୍ଗାକୁ ଯାଞ୍ଚ କରିବା ସହ, ତା’ ମଧ୍ୟରୁ ନିଶାଦ୍ରବ୍ୟକୁ ଜବତ କରିଛନ୍ତି। ନିଶାଦ୍ରବ୍ୟ ମିଳିବା ଘଟଣାରେ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଭାରତୀୟ ପତାକା ଲାଗିଥିବା ମାଛ ଧରା ଡଙ୍ଗାରେ ହିଁ ଏପରି ନିଶାଦ୍ରବ୍ୟର ଚାଲାଣ ହେଉଥିଲା। ସେମାନେ ଏତେ ପରିମାଣର ନିଷିଦ୍ଧ ନିଶାଦ୍ରବ୍ୟ କେଉଁଠୁ ଆଣିଲେ ଓ ଏହାକୁ କାହା ପାଖକୁ ନେଉଥିଲେ, ତା’ର ତଦନ୍ତ ଆରମ୍ଭ ହୋଇଛି। ଏହାପୂର୍ବରୁ ଏପ୍ରିଲ ୨୮ରେ ତଟରକ୍ଷୀ ବାହିନୀ ଗୋଟିଏ ପାକିସ୍ତାନୀ ଡଙ୍ଗାକୁ ଜବତ କରିଥିଲେ। ଏହା ମଧ୍ୟରୁ ୮୬ କେଜିର ନିଶାଦ୍ରବ୍ୟ ମିଳିଥିଲା। ଏହାର ବଜାର ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା ହେବ। ଏହି ଘଟଣାରେ ବୋଟ୍‌ରେ ଥିବା ୧୪ ଜଣ ଙ୍କୁ ସୁରକ୍ଷାକର୍ମୀମାନେ ଗିରଫ କରିଥିଲେ। ଶନିବାର ବିଳମ୍ବିତ ରାତିରୁ ଆରବ ସାଗରରେ ଏଟିଏମ ଓ ଏନସିବି ସହ ତଟରକ୍ଷୀ ବାହିନୀ ଅପରେସନ ଆରମ୍ଭ କରିଥିଲା। ଏହି ଅପରେସନ ବେଳେ ପାକିସ୍ତାନୀ ବୋଟ୍‌ରୁ ନିଶାଦ୍ରବ୍ୟ ମିଳିଥିଲା। ଏହି ଦୁଇଟି ଘଟଣା ନୁହେଁ, ଗତ ମାସରେ ତଟରକ୍ଷୀ ବାହିନୀ, ଏନସିବି ଓ ଏଟିଏସ ମିଳିତ ଭାବେ ଗୁଜରାଟର ପୋରବନ୍ଦର ଉପକୂଳରେ ଗୋଟିଏ ପାକିସ୍ତାନୀ ଡଙ୍ଗାକୁ ଧରିଥିଲେ। ଏହା ମଧ୍ୟରୁ ୪୦୦ କୋଟି ଟଙ୍କାର ନିଶାଦ୍ରବ୍ୟ ମିଳିଥିଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!