ମାଲକାନଗିରି, (ବାଘୁଆବାର୍ତ୍ତା): ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ସନ୍ତୋଷ କୁମାର ବଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଶେଶ କୁମାର ନାୟକ ସବ୍-ଇନ୍ସପେକ୍ଟର, ଜିଲ୍ଲା ମୋବାଇଲ୍ ୟୁନିଟ୍, ପେପର ମେଟଲା ଥାନା ଅନ୍ତର୍ଗତ ପୂଜାରିଗୁଡା ଗ୍ରାମର ପୂର୍ବ ପାର୍ଶ୍ୱ ଘଞ୍ଚ ପାହାଡ ଜଙ୍ଗଲ ଅଞ୍ଚଳରେ ଚଢ଼ଉ କରି ୭୮୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛନ୍ତି। ପ୍ରକାଶ ଥାଉ କି ପୂଜାରିଗୁଡ଼ା ଗ୍ରାମ ର ଘଞ୍ଚ ଜଙ୍ଗଲ ରେ ବହୁ ପରିମାଣ ରେ ବେଆଇନ ଗଞ୍ଜେଇ ବାହାର ଜିଲ୍ଲାକୁ ଚାଲାଣ କରିବା ପାଇଁ ଗଚ୍ଛିତ ଅଛି ବୋଲି ଏକ ବିଶ୍ଵସ୍ତ ସୂତ୍ର ରୁ ସୂଚନା ମିଳିଥିଲା। ଉକ୍ତ ଗଞ୍ଜେଇ କୁ ଜବତ କଲା ପରେ ଜିଲ୍ଲା ମୋବାଇଲ ୟୁନିଟ ମାଲକାନଗିରି ରେ ଏକ ଅଜ୍ଞାତ ଏନଡିପିଏସ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଉକ୍ତ ଚଢ଼ଉ ସମୟରେ ସବ୍ ଇନ୍ସପେକ୍ଟର ଅମିୟ କୁମାର ଖଞ୍ଜା,ରବୀନ୍ଦ୍ର କୁମାର ପ୍ରଧାନ, ASI ଜେମେସ ମାଲଖୋମ ସାହୁ,ପ୍ରଦୀପ କୁମାର ନାୟକ, କନେଷ୍ଟବଳ ଗୋବିନ୍ଦ ବେଞ୍ଜମୀ,ଜ୍ଞାନ ରଞ୍ଜନ ସାହୁ,ପାଣ୍ଡବ ଟୁଡୁ,ବିପୁଳ ଶେଖର ଯୋଦ୍ଦର୍, ଜୁଲି ସା,ଆନନ୍ଦ ପ୍ରଧାନ,ମୁରଲୀ ରଜକ,ସୁଜାତା କୁମାରୀ ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।





