ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାରୀ ଚାଲିଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ସେହିଭଳି ଭାବେ ଦଶପଲ୍ଲା ବ୍ଲକ ତେଣ୍ଡାବାଡ଼ି ସରପଂଚ ବିଜେୟିନୀ ପ୍ରଧାନ ଏବଂ ତାଙ୍କ ସ୍ୱାମୀ ତଥା ପୂର୍ବତନ ସରପଂଚ କୃପାସିନ୍ଧୁ ପ୍ରଧାନ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଦିନ ହେବ ବ୍ଲକ ଅଧ୍ୟକ୍ଷାଙ୍କ ଥଣ୍ଡା ଲାଗି ରହିଥିବାରୁ ସେ ଅଣ୍ଟିଜେନ୍ ଟେଷ୍ଟ କରିଥିଲେ । ଆଜି ତାଙ୍କର ପଜିଟିଭ୍ ହୋଇଥିବା ସୂଚନା ମିଳିଛି ।






