ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଜି ନୟାଗଡ଼ ବ୍ଲକ ପକ୍ଷରୁ ‘ମୋ ଉପକାରୀ ବଗିଚା’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାତ୍ମାଗନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଜିଲ୍ଲା ଜୀବିକା ମିଶନ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବିଡିଓ ମନୋଜ ପାତ୍ର ଯୋଗ ଦେଇ ପ୍ରଶିକ୍ଷଣ ଦେବା ସହ ‘ମୋ ଉପକାରୀ ବଗିଚା’ ଦ୍ୱାରା ବାରି ବଗିଚାରେ ପନି ପରିବା ଚାଷ କରି ବହୁ ଲୋକ ଉପକୃତ ହୋଇ ପାରିବେ ବୋଲି ମତ ଦେଇଥିଲେ । ମୁଥାଗାଡ଼ିଆ ପଂଚାୟତର ମୁକ୍ତାପୁର ବିଦ୍ୟାଳୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଆସିଷ୍ଟାଣ୍ଡ ଇଂଜିନିୟର ଅଜୟ ସିଂ, ଏପିଓ ମିତନ ମହାପାତ୍ର, ଜେଇ ଚନ୍ଦ୍ର ଶେଖର ସାମନ୍ତରାୟ ପ୍ରମୂଖ ଯୋଗ ଦେଇଥିବା ବେଳେ ଏଥିରେ ବହୁ ଜନ ପ୍ରତିନିଧି ଏବଂ ମହିଳା ଯୋଗ ଦେଇଥିଲେ । ମହିଳାମାନଙ୍କ ଏହି ଅବସରରେ ପ୍ରଶିକ୍ଷଣ ଦିଆଯାଇଛି ।







