Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିମାନରେ ବ୍ୟାଙ୍କକରୁ ୧୦ଟି ଆନାକୋଣ୍ଡା ନେଇ ଆସିଥିବା ଯାତ୍ରୀ ଗିରଫ

by ସଞ୍ଜୟ ସ୍ୱାଇଁ
April 23, 2024
in Crime, NATIONAL NEWS
ବିମାନରେ ବ୍ୟାଙ୍କକରୁ ୧୦ଟି ଆନାକୋଣ୍ଡା ନେଇ ଆସିଥିବା ଯାତ୍ରୀ ଗିରଫ
152
VIEWS
Share on FacebookShare on Twitter

ବେଙ୍ଗାଲୁରୁ, (ବାଘୁଆବାର୍ତ୍ତା): ବିମାନବନ୍ଦରରେ ଯାଞ୍ଚ ସମୟରେ ଉଦ୍ଧାର ହୋଇଛି ହଳଦିଆ ଆନାକୋଣ୍ଡା। ଜଣେ ଯାତ୍ରୀଙ୍କ ପାଖରୁ ଏହି ବିରଳ ପ୍ରଜାତିର ସାପ ଉଦ୍ଧାର କରିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ। ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ। ସୂଚନା ଅନୁସାରେ, ଆଜି ବେଙ୍ଗାଲୁରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଚେକିଂ ସମୟରେ ବ୍ୟାଙ୍କକରୁ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗରୁ ୧୦ଟି ହଳଦିଆ ଆନାକୋଣ୍ଡା ମିଳିଥିଲା। ଏନେଇ ବେଙ୍ଗାଲୁରୁ ଅବକାରୀ ବିଭାଗ ପକ୍ଷରୁ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛି। ଅବକାରୀ ବିଭାଗ କହିଛି ଯେ, ଯାତ୍ରୀଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି। ବନ୍ୟଜନ୍ତୁ ବ୍ୟବସାୟକୁ ବରଦାସ୍ତ କରାଯିବ ନାହିଁ। ହଳଦିଆ ଆନାକୋଣ୍ଡା ହେଉଛି ଏକ ନଦୀଜଳ ପ୍ରଜାତିର ସରିସୃପ। ହଳଦିଆ ଆନାକୋଣ୍ଡା ସାଧାରଣତଃ ପାରାଗୁଏ, ବୋଲିଭିଆ, ବ୍ରାଜିଲ, ଉତ୍ତର-ପୂର୍ବ ଆର୍ଜେଣ୍ଟିନା ଏବଂ ଉତ୍ତର ଉରୁଗୁଏରେ ଦେଖାଯାଏ। ଆଇନ ଅନୁଯାୟୀ ଭାରତରେ ବନ୍ୟଜନ୍ତୁ ବ୍ୟବସାୟ ବା କାରବାର ବେଆଇନ। ଗତ ବର୍ଷ ମଧ୍ୟ ବେଙ୍ଗାଲୁରୁ ବିମାନବନ୍ଦରର ଅବକାରୀ ଅଧିକାରୀମାନେ ବ୍ୟାଙ୍କକରୁ ଜଣେ ଯାତ୍ରୀଙ୍କଠାରୁ ବନ୍ୟଜନ୍ତୁ ଉଦ୍ଧାର କରିଥିଲେ। ତାଙ୍କଠାରୁ କଙ୍ଗାରୁ ଛୁଆ ସମେତ ୨୩୪ଟି ଜଙ୍ଗଲୀ ଜନ୍ତୁ ଉଦ୍ଧାର କରିଥିଲେ ଅବକାରୀ ଅଧିକାରୀ। ଛୁଆ କଙ୍ଗାରୁକୁ ପ୍ଲାଷ୍ଟିକ୍ ବାକ୍ସରେ ରଖି ଚୋରାଚାଲାଣ କରାଯାଇଥିବାରୁ ଶ୍ୱାସରୁଦ୍ଧ ହୋଇ ତାର ମୃତ୍ୟୁ ଘଟିଥିଲା। ଏପରି ଚୋରାଚାଲାଣ କାରବାରକୁ ରୋକିବା ପାଇଁ ବିମାନବନ୍ଦର ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚକୁ କଡାକଡି କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!