ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୨୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ୭୧୮ ରେ ପଂହଚିଛି । ସେଥିମଧ୍ୟରେ ୧୬୭୫ ଜଣ ସଂଗରୋଧ କେନ୍ଦ୍ରରେ ରହିଥିବା ବେଳେ ୧୦୨୩ ଟି ବାହ୍ୟ ପଜେଟିଭ ବୋଲି ସୂଚନା ମିଳିଛି । ସେଥିମଧ୍ୟରେ ଅନୁଗୁଳ ୨୯, ବାଲେଶ୍ୱର ୧୦୨, ବରଗଡ଼ ୫୬, ଭଦ୍ରକ ୮୯, ବଲାଙ୍ଗିର ୭୧, ବୈାଦ୍ଦ ୧୧, କଟକ ୨୦୭, ଦେବଗଡ଼ ୨, ଢେଙ୍କାନାଳ ୨୭, ଗଂଜାମ ୧୬୨, ଗଜପତି ୫୮, ଜଗତସିଂହପୁର ୨୧, ଯାଜପୁର ୮୦, ଝାରସୁଗୁଡ଼ା ୭୨, କଳାହାଣ୍ଡି ୪୯, କନ୍ଧମାଳ ୮୧, କେନ୍ଦ୍ରାପଡ଼ା ୮୯, କେନ୍ଦୁଝର ୨୧, ଖୋର୍ଦ୍ଧା ୪୭୫, କୋରାପୁଟ ୧୪୬, ମାଲକାନଗିରି ୮୧, ମୟୁରଭଂଜ ୧୨୮, ନବରଂଗପୁର ୯୧, ନୟାଗଡ଼ ୯୪, ନୂଆପଡ଼ା ୩, ପୁରୀ ୮୭, ରାୟଗଡ଼ା ୧୫୪, ସମ୍ବଲପୁର ୭୮, ସୋନପୁର ୩୧, ସୁନ୍ଦରଗଡ଼ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୬୬୯ ଟି ମାମଲା ସକ୍ରିୟ ରହିଥିବା ୪୮୫୭୬ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।






