ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ଲାଠିପଡ଼ା ପଂଚାୟତ ପାଇକସାହିରୁ କିଛି ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଂଚାୟତକୁ ୨୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ସରପଂଚ କଣ୍ଟେନ୍ମେଣ୍ଟ କରିଥିବା ଜଣାଯାଇଛି । ନୟାଗଡ଼ ବିଡିଓ ମନୋଜ ପାତ୍ର ଏନେଇ ସୂଚନା ଦେଇଥିବା ବେଳେ ଲାଠିପଡ଼ା ପଂଚାୟତର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିବା ଏବଂ ଲୋକଙ୍କୁ ଘରୁ ନବାହାରିବା ପାଇଁ ପରମର୍ଶ ଦେଇଥିବା ଜଣାଯାଇଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଏଭଳି କଟକଣା ଲଗାଯାଇଥିବା ଜଣାଯାଇଛି ।






