Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧା ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ, ମଦ ଦୁର୍ନୀତି ମାମଲା ଛାଡୁନି

by ସଞ୍ଜୟ ସ୍ୱାଇଁ
April 21, 2024
in Crime, NATIONAL NEWS
ବନ୍ଧା ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ, ମଦ ଦୁର୍ନୀତି ମାମଲା ଛାଡୁନି
145
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ପୂର୍ବତନ ଆଇଏଏସ୍‌ ଅଧିକାରୀଙ୍କୁ ବାନ୍ଧିଲା ଇଡି। ଛତିଶଗଡର ବହୁ ଚର୍ଚ୍ଚିତ ୨୦୦୦ କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ପୂର୍ବତନ ଆଇଏଏସ୍‌ ଅଧିକାରୀ ଅନୀଲ ଟୁଟେଜାଙ୍କୁ ଇଡି ଗିରଫ କରିଛି। ସୂଚନା ଅନୁଯାୟୀ, ୨୦୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏହି ମଦ ଦୁର୍ନୀତି ମାମଲାରେ ଇଡି ଏପ୍ରିଲ ୮ ତାରିଖରେ ଏକ ଚାର୍ଜସିଟ ଦାଖଲ କରିଥିଲା। ତେବେ ଅପରାଧ ପ୍ରକ୍ରିୟା ପ୍ରମାଣ ହୋଇନଥିବାରୁ କୋର୍ଟ ଏହି ମାମଲାକୁ ରଦ୍ଦ କରିଦେଇଥିଲେ। ଏବେ ଏହି ମାମଲାରେ ଇଡି ଅବସରପ୍ରାପ୍ତି ଆଇଏଏସ୍‌ ଅଧିକାରୀ ଅନୀଲ ଟୁଟେଜାଙ୍କୁ ଗିରଫ କରିଛି। ଇଡି ଅନୀଲ ଟୁଟେଜା ଓ ଅନ୍ୟ ଅଭିଯୁକ୍ତ ବିରୋଧରେ ଏକ ନୂଆ ଇସିଆଇଆର୍‌ ରୁଜୁ କରିବା ପରେ ସେମାନଙ୍କୁ ଗିରଫ କରିଛି। ପୂର୍ବତନ ଆଇଏଏସ୍ ଅନୀଲ ଟୁଟେଜା ମଦ ବ୍ୟବସାୟୀ ତଥା ରାଜନେତାଙ୍କ ସହ ମିଶି ଏହି ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଫେଡେରାଲ୍ ଏଜେନ୍ସି ୨୦୦୩ ବ୍ୟାଚ୍ର ଏହି ଅଧିକାରୀଙ୍କୁ ଶନିବାର ଦିନ ରାୟପୁରର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ (EOW) / ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) କାର୍ଯ୍ୟାଳୟରେ ଅଟକ ରଖିଥିଲା। ଏଠାକୁ ଅନୀଲ ଏବଂ ତାଙ୍କ ପୁଅ ୟଶ ଟୁଟେଜା ଏହି ମାମଲାରେ ସେମାନଙ୍କ ବୟାନ ରେକର୍ଡ କରିବାକୁ ଆସିଥିଲେ। ବୟାନ ରେକର୍ଡ ପରେ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅନୁଯାୟୀ ଗିରଫ କରାଯାଇଥିଲା। ଗତ ବର୍ଷ ଅନୀଲ ଟୁଟେଜା ପ୍ରଶାସନିକ ସେବାରୁ ଅବସର ନେଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!