ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ କରୋନା ଆକ୍ରାନ୍ତ ପ୍ରଦୀପ୍ତ ରଥ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଏ ନେଇ ସେ ସୋସିଆଲ୍ ମିଡିଆରେ ସୂଚନା ଦେଇଥିବା ବେଳେ ଦୀର୍ଘ ୭ ଦିନ ଗୃହ ସଂଗରୋଧରେ ରହିବା ପରେ ତାଙ୍କର ସାମାନ୍ୟ ଜ୍ୱର ହୋଇଥିବାରୁ ସେ ଆଣ୍ଟିଜେନ୍ ଟେଷ୍ଟ କରାଇଥିଲେ । ତାଙ୍କର ପଜିଟିଭ୍ ଆସିଥିବା ଜଣାଯାଇଛି । ଆଜି ସେ ଚିକିତ୍ସା ନିମନ୍ତେ ଡାକ୍ତରଖାନା ଯିବେ ବୋଲି ଜଣାଯାଇଛି । ବାଘୁଆବାର୍ତ୍ତା ତରଫରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଉଛି ।






