Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଧୁକ ଦେଖାଇ ଦୁର୍ବୁତ୍ତ ଲୁଟିନେଲେ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

by ସଞ୍ଜୟ ସ୍ୱାଇଁ
April 18, 2024
in Crime, State
ବନ୍ଧୁକ ଦେଖାଇ ଦୁର୍ବୁତ୍ତ ଲୁଟିନେଲେ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
139
VIEWS
Share on FacebookShare on Twitter

ବରପାଲି, (ବାଘୁଆବାର୍ତ୍ତା): ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କମଧ୍ୟରେ ବନ୍ଧୁକ ଦେଖାଇ ଦୁଇ ଜଣ ଦୁର୍ବୁତ୍ତ ୯ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି। ଗୁରୁବାର ଅପରାହ୍ନ ୩ଟା ସମୟରେ ୨୬ ନମ୍ବର ଜାତିୟ ରାଜପଥ କଡରେ ରହିଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମଧ୍ୟକୁ ଜଣେ ୩୦ ବର୍ଷିୟ ଯୁବକ ଓ ଜଣେ ମହିଳା ପ୍ରବେଶ କରିଥିଲେ। ବର୍ତ୍ତମାନ ଗ୍ରିଷ୍ମ ପ୍ରବାହ ସହ ତେଜ ଅନାୟସ ବୃଦ୍ଧି ପାଉଥିବାରୁ ରାସ୍ତାଘାଟ ସୁନସାନ ହେବା ସହ ଖାଁଖାଁ ରହିଥିଲା। ଏହି ଅବସରର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ବନ୍ଧୁକ ଓ ମାରାଣାସ୍ତ୍ର ଦେଖାଇ କାଉଣ୍ଟରରୁ ନଗଦ ୯ଲକ୍ଷ ୨୬ ହଜାରଟଙ୍କା ନେଇ ନିଜ ବାଇକରେ ବରଗଡ ପଟକୁ ଫେରାର ମାରିଥିଲେ। ଡକାୟତି ସମୟରେ ବ୍ୟାଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ କର୍ମଚାରୀ ବ୍ୟାଙ୍କ ସଟରକୁ ଅଧା ବନ୍ଦ କରି ମଧ୍ୟାହ୍ନ ଭୋଜନ କରୁଥିଲେ। ଅନ୍ୟ କର୍ମଚାରୀ ମାନେ ବାହାରକୁ ଯାଇଥିଲେ। ବ୍ୟାଙ୍କ କର୍ମଚାରୀ ମାନଙ୍କ କହିବାଅନୁସାରେ ଡକାୟତ ମାନେ ମୁହଁ ଘୋଡାଇ ହୋଇଥିବା ବେଳେ ମହିଳା ଜଣକ ପୁରୁଷ ପରି ହାବଭାବ ଦେଖାଉଥିବା ଜଣାପଡିଥିଲା। ସେହିପରି ସେମାନେ ସ୍ବଷ୍ଟ ଭାବରେ ସମ୍ବଲପୁରୀ ଭାଷାରେ କଥାବାର୍ତ୍ତା ହେଉଥିବା ବେଳେ ବ୍ୟାଙ୍କ ସିସି କ୍ୟାମରାରେ ଦୁର୍ବୁତ୍ତ ମାନଙ୍କ କାରସାଦି କଏଦ ହୋଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପଚରା ଉଚରା ଆରମ୍ଭ କରିଥିଲା। ପରେ ସାଇଣ୍ଟିଫିକ ଦଳର ସହାୟତା ମଧ୍ୟ ନିଆଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!