Monday, November 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୋଲିସ ହାତରେ ସାଇବର ଠକ ସ୍ବାମୀ-ସ୍ତ୍ରୀ ଗ୍ୟାଙ୍ଗ

by ସଞ୍ଜୟ ସ୍ୱାଇଁ
April 18, 2024
in Crime, State
ପୋଲିସ ହାତରେ ସାଇବର ଠକ ସ୍ବାମୀ-ସ୍ତ୍ରୀ ଗ୍ୟାଙ୍ଗ
184
VIEWS
Share on FacebookShare on Twitter

ଭୁବନେଶ୍ଵର, (ବାଘୁଆବାର୍ତ୍ତା): କମିସନରେଟ ପୋଲିସ ହାତରେ ସାଇବର ଠକ ସ୍ବାମୀ ସ୍ତ୍ରୀ ଗ୍ୟାଙ୍ଗ । ଗ୍ୟାଙ୍ଗ ର ୪ ସାଇବର ଠକ୍ ଙ୍କୁ ଗିରଫ କଲା ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ମାଷ୍ଟର ମାଇଣ୍ଡ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିବା ତୃପ୍ତି ରଂଜନ ପାତ୍ର ଓ ତାଙ୍କ ସ୍ତ୍ରୀ ବାନଲତା ସାହୁ । ବଲାଙ୍ଗୀର ଅଂଚଳର ମାନସ ରଂଜନ ସୁନା ଓ ଏୟାରଫିଲ୍ଡ ଥାନା କଣ୍ଟିଲୋ ଗ୍ରାମର ନିହାର ରଞ୍ଜନ ପାଇକରାୟ । ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଚୁନା ମାରୁଥିଲେ ଏହି ଗ୍ୟାଙ୍ଗ ଠାବ । ଭୁବନେଶ୍ବରରେ ବସି ସାରା ବିଶ୍ଵର ଲୋକଙ୍କୁ କରୁଥିଲେ ଠକେଇ । ଇନଭେଷ୍ଟମେଣ୍ଟ୍ କରି ୨୦ ପ୍ରତିଶତ ସୁଧ ହରାରେ ଟଙ୍କା ପାଇବା ନେଇ ଦିଆ ଯାଉଥିଲା ଲୋଭନୀୟ ଅଫର୍ । ମ୍ୟୁଲ ଆକାଉଣ୍ଟ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରି ଲୋକଙ୍କୁ ଲଗାଇଥିଲେ ଚୁନା । ଗତ ୧୧ ତାରିଖରେ ମଞ୍ଚେଶ୍ୱରେ ଥାନା ବରୀମୁଣ୍ଡ ଅଂଚଳର ଅବଦୁଲ ଆକବର ଖାନ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ୪୬ ଟି ମ୍ୟୁଲ୍ ଆକାଉଣ୍ଟ , ମୁଖ୍ୟ ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ । ଆକାଉଣ୍ଟ ନେଣଦେଣ ସମ୍ପର୍କିତ ତଥ୍ୟ ଜବତ କରାଯାଇଛି । ସେପଟେ ଏବେ ସାମ୍ନାକୁ ଆସିଛି ନୂଆ ପ୍ରକାରର ସାଇବର ଠକେଇ । ଟେଲିଗ୍ରାମ ଜରିଆରେ ଏହି ଠକେଇ ହେଉଛି । ଆପେ ଆପେ ଏଥିରେ ଟେଲିଗ୍ରାମ୍ ଗ୍ରୁପ୍ କରି ଦିଆଯାଉଛି । ଏଥିରେ ଅନ୍ୟ ମେମ୍ବର ସବୁ ଠକେଇ ଗ୍ରୁପର ରହିବା ସହ ଭଲ ବିନିଯୋଗ କରିବା ସହ ଭଲ ରିଟର୍ଣ୍ଣ ମଧ୍ୟ ପାଇଥିବା ନେଇ ସ୍କ୍ରିନ ସଟ ଗ୍ରୁପରେ ଦେବେ ପରେ ଜେଉନମନେ ପ୍ରଭାବିତ ହୋଇ ଟଙ୍କା ବିନିଯୋଗ କରନ୍ତି । ପରେ କିଛି ମାତ୍ରାରେ ଟଙ୍କା ମଧ୍ୟ ପ୍ରଫିଟ ପାଇଥାନ୍ତି । ପରେ ଯେତେବେଳେ ଅଧିକ ଟଙ୍କା ବିନିଯୋଗ କରିବ ସେତେବେଳେ ଲୋକ ଫସିଯିବା ସହ ସବୁ ଟଙ୍କା ହରେଇ ବସିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!